ରାତି ଅଧିଆ ମାଟି ମାଫିଆଙ୍କ ଆତଙ୍କ,ପ୍ରଶାସନ ଚୁପ୍ …

ପାରାଦୀପ (ଦେବାଶିଷ ପାଣି)ରାତି ଅଧିଆ ମାଟି ମାଫିଆ ମାନଙ୍କ ଆତଙ୍କରାଜ,ରାତି ହେଲେ ଟ୍ରାକ୍ଟର ଓ ହାଇୱା ସାହାଯ୍ୟରେ ହଜାର ହଜାର ଟ୍ରିପ ମାଟି ଲୁଟ କରି ବୀକ୍ରି କରୁଛନ୍ତି ମାଫିଆ।ଗୋଟିଏ ପଟେ କୁଜଙ୍ଗ ମହୋତ୍ସବ ଚାଲିଥିବା ବେଳେ ସରକାରୀ ସବୁ ବାବୁ ମାନେ ବ୍ୟସ୍ତ।ଆଉ ଏହାର ସୁଯୋଗ ନେଇ ସେପଟେ ମାଟି ମାଫିଆ ଖେଳାଇ ଚାଲିଛନ୍ତି ଆତଙ୍କ।ରାତି ଅଧରେ ଚୋରା ବାଲି କୁ ଧରୁଛି କୁଜଙ୍ଗ ପୋଲିସ୍,ହେଲେ ରାତି ଅଧରେ ଚୋରା ମାଟିକୁ ଧରୁନି କୁଜଙ୍ଗ ପୋଲିସ।କଣ ରହିଛି ରହସ୍ୟ, ଏଭଳି ଏକ ଚୋରା ମାଟି ମାଫିଆ ଙ୍କ କାର୍ଯ୍ୟ ଦେଖିବାକୁ ମିଳୁଛି କୁଜଙ୍ଗ ତହସିଲ ଅଧୀନ ବାଉଳାଙ୍ଗ, ଗୋପିଆକୁଦ, ଗଣ୍ଡକିପୁର,ଫତେପୁର,ପ୍ରତାପପୁର, ତଥା ପୋଲେଇ କଙ୍କରଦିଆ ଗହିର ମଝିରେ।ପ୍ରତିଦିନ ରାତି ୧୦ ଟା ହେଲେ ମାଟି ମାଫିଆଙ୍କ ନିଦ ଭାଙ୍ଗେ, ଆରମ୍ଭ ହୋଇଯାଏ ମାଟି ଚୋରି। ଜେସିବି ସାହଯ୍ୟ ରେ ହଜାର ହଜାର ଟ୍ରିପ୍ ମାଟି ଲୁଟ କରି ଟ୍ରାକ୍ଟର ଓ ହାଇୱା ଦ୍ୱାରା ମାଟି ମାଫିଆ ମାନେ ରାତି ଅଧରେ ବିକ୍ରି କରୁଛନ୍ତି।ଏଠି ପ୍ରଶାସନ ଚୁପ୍, ପ୍ରଶାସନ ଜାଣି ନ ଜାଣିଲା ପରି ହେଉଥିବା ଆଲୋଚନା ହେଲାଣି। ଏଠି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ୱ କ୍ଷତି ହେଉଛି କିନ୍ତୁ ପ୍ରଶାସନ ଚୁପ। ଗତ କିଛି ଦିନ ପୂର୍ବେ କଳଦୀପ ମହାନଦୀ ପଠାରୁ ମାଟି ଚୋରାଚାଲାଣ ହେଉଥିବା ବେଳେ ବିଲକୋଲର ଗ୍ରାମର ପରମେଶ୍ଵର ଦଳାଇ ନାମକ ଜଣେ ଯୁବକ ମାଟି ଅତଡାରେ ମାଡ ହୋଇ ମୃତ୍ୟୁ ବରଣ କଲେ।ତଥାପି ପ୍ରଶାସନ ଚୁପ।ସେପଟେ ପାରାଦୀପ ଲକ ଥାନା ରାତି ଅଧରେ ବାଲି ଗାଡି ସହ ଏକ ମାଟି ବୋଝେଇ ହାଇୱା ଧରିଥିବା ବେଳେ ସେ ଗାଡି ଗଲା କୁଆଡେ ଯାହାକୁ ନେଇ ସାଧାରଣରେ ଏବେ ପ୍ରଶ୍ନ।କିଛି ମାଫିଆ ତହସିଲ କର୍ମଚାରୀ ଙ୍କୁ ହାତ କରି ମାତ୍ର ତିରିଶ ଚାଳିଶ ଟ୍ରିପ ମାଟି ପାଇଁ ରୟାଲଟି କାଟି ଦିନ ରାତି ହଜାର ହଜାର ଟ୍ରିପ ମାଟି ଉଠାଇ ବିକ୍ରି କରୁଛନ୍ତି।ଆଉ କିଛି ମାଫିଆ ରାସ୍ତା ଉପରେ ଲୋକ ଜଗାଇ ଗହୀର ବିଲରୁ ମାଟି ଉଠାଇ ବିକ୍ରି କରି ମାଲେ ମାଲ।ଅଧିକାରୀ ଓ ନେତା ଙ୍କ ପକେଟ ଗରମ କରି ରାତି ରାତି ମାଟି ଲୁଟି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରୋଜଗାର କରୁଥିବା ଏହି ମାଟି ଚୋର ମାନଙ୍କୁ କେବେ ପ୍ରଶାସନ ପକ୍ଷରୁ ଚେକ ଦିଆଯିବ ତାହା ଦେଖିବାକୁ ବାକି ରହିଲା।