April 14, 2025
Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ସଫାରେ ବସିଛନ୍ତି…. ପ୍ରତିଦିନ ଭଳି ନିଜର ନିତ୍ୟକର୍ମ ସାରି ଯେମିତି ନିଜର ବୃତ୍ତିକୁ ଯିବା ପୂର୍ବରୁ ଯେମିତି କିଛି ସମୟ ବସି ପରିବାର ସହ ବାର୍ତ୍ତାଳାପ କରି ନିଜ ବୃତ୍ତିରେ ବାହାରକୁ ଯାଇ ପୁଣି ସନ୍ଧ୍ୟାରେ ଫେରନ୍ତି… ଆଉ ଠିକ୍ ଏମିତି ହି ପ୍ରତିଦିନ କରୁଥିଲେ ଡାକ୍ତର ସମୀର ରାୟ…. ଆଉ ପରିବାରରେ ସ୍ତ୍ରୀଙ୍କ ସହ ପୁଅ ଝିଅଙ୍କ ସହ ଖୁସି ଖୁସିରେ ଜୀବନ ଚର୍ଜା ଜାରି ରହିଥିଲା….. ହେଲେ ଆଜି କିନ୍ତୁ ସେ ସଜୀବ ହୋଇ ନାହାନ୍ତି…. ଏ ହେଉଚି ତାଙ୍କର ସିଲିକନ ପ୍ରତିମୂର୍ତ୍ତିଟି….. ଅସମୟରେ ଅକାଳରେ ପରିବାର ଠାରୁ ଦୂରେଇ ଗଲା ସମୀର ରାୟ… ଆଉ ଛାଡ଼ି ଚାଲିଗଲେ ପରିବାର ସହ ଅଭୁଲା ସ୍ମୃତି…. ଯାହାକୁ କି ଦୀର୍ଘ ଦୁଇ ବର୍ଷ ହେଲା ଭୁଲି ପାରୁନାହାନ୍ତି ସ୍ତ୍ରୀ ସାଗରିକା ରାୟ ଓ ପୁଅ ଝିଅ….. ଆମେ କହୁଚୁ ରାୟଗଡା ଜିଲ୍ଲା ମୁନିଗୁଡା ବାସିନ୍ଦା ଡାକ୍ତର ସମୀର ରାୟଙ୍କ କଥା…. ଦୀର୍ଘ ଦିନ ଧରି ପଶ୍ଚିମବଙ୍ଗରୁ ଆସି ମୁନିଗୁଡାରେ ରହି ଗାଁକୁ ଗାଁ ବୁଲି ଲୋକଙ୍କ ବିଭିନ୍ନ ରୋଗର ଚିକିତ୍ସା କରି ଅତି ନିକଟତର ହୋଇଥିଲେ…. ହେଲେ ହଠାତ୍ ଗତ ୨୦୨୩ରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ….. ତା ପରଠାରୁ ପରିବାରରେ କଳା ବାଦଲ ମାଡ଼ି ଆସିଲା….. ଆଉ ସ୍ତ୍ରୀ ସାଗରିକା ନିଜ ପାଇଁ ପିଲାଙ୍କ ସ୍ମୃତି ପାଇଁ ସ୍ୱାମୀଙ୍କ ଏକ ସିଲିକନ ପ୍ରତିମୂର୍ତ୍ତି ତିଆରି କରି ଆଜି ମୁନିଗୁଡ଼ା ସ୍ଥିତ ନିଜ ବାସଭବନରେ ହିନ୍ଦୁ ରୀତି ଅନୁସାରେ ପ୍ରାଣ ପ୍ରତିଷ୍ଠା କରି ବେଶ ଖୁସି ଅନୁଭବ କରିଥିଲେ….. ସେପଟେ ସ୍ବାମୀଙ୍କ ଦେହାନ୍ତ ପରେ ସ୍ତ୍ରୀ ସାଗାରିକା ଗୋଟିଏ ମେଡିକାଲ ଷ୍ଟୋର କରି ପରିବାରର ଗୁଜୁରାଣ ମେଣ୍ଟାଇବା ସହ ଦୁଇ ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷା ପଢ଼ାଇ ଭଲ ମଣିଷ କରି ସ୍ଵାମୀଙ୍କ ସ୍ବପ୍ନ ପୁରଣ କରିବା ନେଇ ଅଣ୍ଟା ଭିଡିଛନ୍ତି।।।।।