ଆଜିର ଖବର
*ଖବର ଆଜିର*
ତାରିଖ ୧୦/୦୩/୨୦୨୩ ଶନିବାର ।
ଆଜି ଠୁ ମାଟ୍ରିକ ସମେଟିଭ ପରୀକ୍ଷା ଆରମ୍ଭ ହେବ।
ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର, ୪ଟି ଜିଲ୍ଲା ପାଇଁ ୫ଟି ରକ୍ତ ସଂଗ୍ରହ ଯାନ ଲୋକାର୍ପିତ ।
ବରଗଡ଼ରେ ଗୁଳିମାଡ଼, ଯୁବକ ଗୁରୁତର ।
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ତାଙ୍କ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଗୁରୁବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି ।
ବିଶ୍ଵର ବଡ଼ ବଡ଼ ସମସ୍ୟା ସମାଧାନ କରିବାର କ୍ଷମତା ଭାରତର ରହିଛି: ବିଲ ଗେଟ୍ସ ।
ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୯୦୦କୋଟିର ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ।
କ୍ରିକେଟ ପଡ଼ିଆରେ କୂଟନୀତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମ୍ୟାଚ୍ ଦେଖିବା ସହ ନେଲେ ସେଲଫି । ଖେଳାଳିଙ୍କ ସହ ବି ମିଶାଇଲେ ହାତ ।
ପରଲୋକରେ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ: ୬୭ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ।
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଷ୍ଟେସନ୍ ପୁନଃ ବିକାଶ ପ୍ରଗତିର ସମୀକ୍ଷା ।
ଆଇଏନଏସ୍ ବିକ୍ରାନ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ।
ସୁଧ ହାର ବୃଦ୍ଧି ଆଶଂକାରେ ୫୪୦ ଅଙ୍କ ଖସିଲା ସେନସେକ୍ସ, ନିବେଶକଙ୍କ ବୁଡିଲା ୨ ଲକ୍ଷ କୋଟି ଟଙ୍କା ।
ନବ ଦାସଙ୍କ ହତ୍ୟା ମାମଲାରେ ବିଜୟଙ୍କ ବିସ୍ଫୋରଣ: ତଦନ୍ତକୁ ନେଇ ଉଠାଇଲେ ପ୍ରଶ୍ନ, ୨ ଅଧିକାରୀଙ୍କ ସମ୍ପୃକ୍ତ ଥିବା ଆଣିଲେ ଅଭିଯୋଗ।
ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟରେ ଶପଥ ନେଲେ ଦୁଇ ନୂଆ ମନ୍ତ୍ରୀ, ଆତିଶୀଙ୍କୁ ଶିକ୍ଷା ଓ ସୌରଭଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗ ।
ନେଦରଲାଣ୍ଡ୍ସ ବିପକ୍ଷ ଦିନିକିଆ ଶୃଙ୍ଖଳା ମାର୍ଚ୍ଚ ଶେଷ ଦିନରୁୁ ଆରମ୍ଭ ହେବାକୁ ଥିବାରୁ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଆଇପିଏଲ୍ରେ ବିଳମ୍ବରେ ଯୋଗଦେବେ।
ଓଡ଼ିଶାକୁ ମିଳିବ ବିପର୍ଯ୍ୟୟ ପରିଚାଳନା ପୁରସ୍କାର, ଆଜି ପୁରସ୍କାର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ।
ଦୀପାଳି ଦାସଙ୍କ ଆକାଉଣ୍ଟରୁ ଖାଲି ହେଲା ଦେଢ଼ ଲକ୍ଷ ଟଙ୍କା। ଏନେଇ ସମ୍ୱଲପୁର ଅଇଁଠାପାଲି ଥାନାରେ ଅଭିଯୋଗ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଝିଅ କରିଛନ୍ତି ଦିପାଳି।
SEBIର ବଡ଼ ଘୋଷଣା: ଋଣ ଖିଲାପକାରୀଙ୍କ ବିଷୟରେ ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କାର ପୁରସ୍କାର ।
ରାଜ୍ୟ କ୍ୟାବିନେଟ୍ରେ ୧୨ ପ୍ରସ୍ତାବ ଉପରେ ମୋହର, ଆପର୍ଟମେଣ୍ଟ ଓନରସିପ୍ ପ୍ରସ୍ତାବକୁ ମଞ୍ଜୁରୀ ।
ସୁପ୍ରଭାତ ,ଶୁଭ ସକାଳ ।