ପୁଟିଙ୍ଗ ର କୃତିଛାତ୍ର ସ୍ୱୟଂ ସ୍ୱାଇଁ ଙ୍କୁ ସମ୍ବର୍ଦ୍ଧନା…
ତିର୍ତ୍ତୋଲ, ତା 10/2/2026 ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ, ଗୋପାଳପୁର ପଞ୍ଚାୟତ ଅଧିନ ପୁଟିଙ୍ଗ, ଜୟସିଂହପୁର ସ୍ଥିତ, ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ଛାତ୍ର, ସ୍ୱୟଂ ସ୍ୱାଇଁ ଚଳିତ ଶିକ୍ଷାବର୍ଷ 2025/26 ବୃତ୍ତି ପରୀକ୍ଷାରେ ପ୍ରଥମସ୍ଥାନ ଅଧୀକାର କରି ଉତ୍ତୀର୍ଣ ହୋଇଥିବାରୁ, ତାଙ୍କୁ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ସ୍ୱାଇଁ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମ୍ବର୍ଦ୍ଧନାସଭାରେ ତାଙ୍କର ପିତାମାତା କିଶୋର କୁମାର ସ୍ୱାଇଁ ଓ ସୁଦାଶ୍ରୀ ସ୍ୱାଇଁ ଙ୍କୁ.ମଧ୍ୟ ଉତ୍ତମ ଅଭିଭାବକ ଭାବେ ଉଚ୍ଚପ୍ରଶଂସା କରାଯାଇଥିଲା l କୃତ୍ତିତ୍ୱ ଅର୍ଜନ କରି ବିଦ୍ୟାଳୟ ର ସୁନାମ ଓ ସୁଖ୍ୟାତି ଅଣିଥିବାରୁ ଶିକ୍ଷୟତ୍ରୀ ସୁଜାତା ସ୍ୱାଇଁ, ରିଲିସ୍ମିତା ଶୁକ୍ଳ, ସସ୍ମିତା ପ୍ରଧାନ ଓ ମିନତୀପ୍ରଭା ତ୍ରିପାଠୀ ଙ୍କ ସମେତ, ଶିକ୍ଷାପରିଚାଳନା କମିଟି ର ଅଧ୍ୟକ୍ଷ ପ୍ରଳୟ କୁମାର ରାଉତ ଏବଂ ଅନ୍ୟାନ ସଦସ୍ୟ ମାନେ ସ୍ୱୟଂଙ୍କର ଉଜ୍ଜଳଭବିଷ୍ୟତ କାମନା କରିବା ସହିତ, ଆଶୀର୍ବାଦ ପ୍ରଦାନ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
