June 20, 2026

ଗଜପତି:-ରାଜ୍ୟ ସାମ୍ବାଦିକ ସଂଘ (ଏସ:ୟୁ:ଜେ:)ର ରାଜ୍ୟ ସ୍ତରୀୟ ୬ ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଗଜପତିରୁ ଗଲେ ୨୫ ରୁ ଉର୍ଦ୍ଧ୍ବ ସାମ୍ବାଦିକ 

IMG-20260210-WA0024
Share

 

ପାରଳାଖେମୁଣ୍ଡି:୧୦/୨(ଗରୁଡ ଧ୍ଵଜ ଚୌଧୁରୀ) ଆଜି ୧୧ ତାରିଖ ବୁଧୁବାର ରାଜ୍ୟ ସାମ୍ବାଦିକ ସଂଘ (ଏସ:ୟୁ:ଜେ:)ର ରାଜ୍ୟ ସ୍ତରୀୟ ୬ ତମ ବାର୍ଷିକ ସମ୍ମିଳନୀ ରାଜଧାନୀ ଭୁବନେଶ୍ଵର ସ୍ଥିତ ଜୟଦେବ ଭବନରେ ପୂର୍ବାହ୍ନରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀ କାର୍ଯ୍ୟକ୍ରମରେ ରାଜ୍ୟର ମନ୍ତ୍ରୀଙ୍କ ସମେତ ବହୁ ପଦାଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଯିବା ସହ ସାମ୍ବାଦିକ ପେନସନ ଓ ସାମ୍ବାଦିକ ମାନଙ୍କ ସୁରକ୍ଷା ସମେତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ କେତେକ ମୌଳିକ ତଥା ଯଥାର୍ଥ ଦାବୀ ଗୁଡ଼ାକ ଉପସ୍ଥାପନା କରାଯିବ।ଏହି ଉପଲକ୍ଷେ ରାଜ୍ୟ ସାମ୍ବାଦିକ ସଂଘ (ଏସ ୟୁ ଜେ)ର ଗଜପତି ଜିଲ୍ଲା ଶାଖାରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ଜିଲ୍ଲା ଓ ବ୍ଲକ ସ୍ତରୀୟ ୨୫ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଜିଲ୍ଲା ସଂଘ ସଭାପତି ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା’ଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ସଂଘର ଶ୍ରୀ ରଶ୍ମି ରଞ୍ଜନ ମିଶ୍ର(ପପୁ) ଏବଂ ଶ୍ରୀ ରାଜେନ୍ଦ୍ର ଭୁକ୍ତା (ରାଜୁ)ଙ୍କ ନେତୃତ୍ୱରେ ଆଜି ମଧ୍ୟାହ୍ନ ସମୟରେ ୫ଟି ଗାଡ଼ିରେ ଭୁବନେଶ୍ୱର ଅଭିମୁଖେ ଗ୍ରସ୍ତ କରିଛନ୍ତି.

You may have missed