ଜାଗର ମହୋତ୍ସବ ର ପ୍ରସ୍ତୁତି ବୈଠକ …
ବୋଲଗଡ(ଉପାନ୍ତ ଖବର ମାନସ ରଞ୍ଜନ କର) ମାଣିବନ୍ଧ ପଞ୍ଚାୟତ ବଡପଦର ଗ୍ରାମରେ ଲୋକେଶ୍ଵର ଦେବଙ୍କ ପୀଠରେ ଓ ଗ୍ରାମଦେବି ବ୍ରାହ୍ନଣିଦେବିଙ୍କ ଆର୍ଶିବାଦରେ ଜିଲ୍ଳାସ୍ତରୀୟ ଜାଗର ମହତ୍ସବର ପ୍ରସ୍ତୁତି ବୈଠକ କମିଟିର ସଭାପତି ଜିତେନ୍ଦ୍ର ବଳିଆରସିଂହ ସଂପାଦକ ଦୀପକ କୁମାର ମିଶ୍ର କୋଷାଧ୍ଯକ୍ଷମିଟୁ ପ୍ରଧାନ ଗ୍ରାମର ସମସ୍ତ ବୁଦ୍ଧଜିବି ଓ ନୂତନ ଯୁବ ଗୋଷ୍ଠୀଙ୍କୁ ନେଇ ଆସନ୍ତା ୧୫-୨-୨୦୨୬ ଠାରୁ ୧୭-୨-୨୦୨୬ ପର୍ଯ୍ୟନ୍ତ ୩ୟ ଜାଗର ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରି କର୍ମୀମାନଙ୍କୁ ଦାୟିତ୍ଵ ବାଣ୍ଟିଥୀଲେ। ଗ୍ରାମାଞ୍ଚଳରେ ଓଡିଶାର କଳା, ସଂସ୍କୃତି,ଐତିହ ଓ ପରମ୍ପରା ପ୍ରଚାର ପ୍ରସାର ମହତ୍ସବର ମୂଳ ଲକ୍ଷ୍ୟ ଓଡିଶା ତଥା ବାହାର ରାଜ୍ୟର କଳା କୁ ଏହି ମହତ୍ସବରେ ପରିବେଷଣ କରାଯିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ସମସ୍ତ ଭାଇ ଓ ଭଉଣୀ ମାନେ ଏହି ମହତ୍ସବରେ ଯୋଗଦାନ କରି ବଡପଦର ଗ୍ରାମବାସୀଙ୍କୁ ଉତ୍ସାହିତ କରିବାପାଇଁ ଅନୁରୋଧ କରିଛନ୍ତି।
