ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବୁଗୁଡ଼ା : ତା ୧୦/୦୨/୨୫ : ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ଯଜ୍ଯୋତି ପରିଡା , ଭାରପ୍ରାପ୍ତ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଏଏସପି ରଞ୍ଜନ କୁମାର ଦେ, ଡେପୁଟି କଲେକ୍ଟରଙ୍କ ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦାସ , ବିଡିଓ ଦୂତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ ପ୍ରମୁଖ ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ୯୪ଟି ଅଭିଯୋଗ ପଞ୍ଜୀକରଣ ହୋଇଥିବା ବେଳେ ୯ଟି ଅଭିଯୋଗର ତତ୍କ୍ଷଣାତ୍ ସମାଧାନ କରାଯାଇଥିଲା। ଏଥି ସହ ୪ ଜଣଙ୍କୁ ୨୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଏବଂ ୪ ଜଣ ଦିବ୍ଯାଙ୍ଗଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ବ୍ଲକର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କେ ବୁଗୁଡା ଅଞ୍ଚଳବାସୀଙ୍କ ନିକଟରେ ସୂଚନା ଯଥାବିଧି ପ୍ରକାରେ ପହଞ୍ଚି ନଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ଜଣାଯାଇଛି।