October 5, 2026

ମାଁ ମାଟି ମାଳି ସୁରକ୍ଷା ମଞ୍ଚ ତରଫରୁ ବିକ୍ଷୋଭ ଓ ପ୍ରତିବାଦ  ସମାବେଶ…

IMG-20250210-WA0056
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାଁ ମାଟି ମାଳି ସୁରକ୍ଷା ମଞ୍ଚ ରାୟଗଡା କଳାହାଣ୍ଡି ତରଫରୁ ବେଦାନ୍ତ ଓ ଆଦାନୀ କମ୍ପାନୀକୁ ଖଣି ଖନନ ପାଇଁ ଲିଜରେ ଦେବାକୁ ନେଇ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏହି ପ୍ରତିବାଦ ସଭାରେ କଳାହାଣ୍ଡି ଜିଲ୍ଲାର ଥୁ.ରାମପୁର ବ୍ଲକ ଏବଂ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅଧିନସ୍ତ ତିଜିମାଳି ପର୍ବତ ଅଞ୍ଚଳର ମୂଳ ବାସିନ୍ଦା ମାନେ ବହୁଳ ସଂଖ୍ୟାରେ ଯୋଗ ଦେଇଥିଲେ। ସେମାନଙ୍କ ଦାବି ଥିଲା କୃଷି ଜମି, ଜଙ୍ଗଲ,ଝରଣା ଏବଂ ପବିତ୍ର ତିଜିମାଳି ପାହାଡ଼ର ସୁରକ୍ଷା ନିମନ୍ତେ ବେଦାନ୍ତ କମ୍ପାନୀକୁ ପାହାଡ଼ରୁ ବକ୍ସାଇଟ ଖନନ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ବାତିଲ କରାଯାଉ।ଗତ ଫେବୃଆରୀ

୨୦୨୩ ରେ ତିଜିମାଳି,କୁତ୍ରୁମାଳି ଏବଂ ମାଂଜିଙ୍ଗମାଳି ପାହାଡ଼ର ଖଣି ଖନନ ପାଇଁ ବେଦାନ୍ତ ଏବଂ ଆଦାନୀକୁ ଲିଜ ଦିଆଯିବା ପରଠାରୁ ସ୍ଥାନୀୟ ଲୋକେ ନିରନ୍ତର ଗଣତାନ୍ତ୍ରିକ ଉପାୟ ମାଧ୍ୟମରେ ବିରୋଧ କରିଆସିଛନ୍ତି।ଏଥିପାଇଁ ସେମାନେ ପ୍ରଶାସନ ଓ ପୋଲିସ ଦ୍ଵାରା ଦମନର ଶିକାର ହୋଇଛନ୍ତି। ଏହି ପ୍ରତିବାଦ ସଭାରେ ବିଶିଷ୍ଠ ପରିବେଶବିତ୍ତ ପ୍ରଫୁଲ୍ଲ ସାମନ୍ତରା, ଲିଙ୍ଗରାଜ ଆଜାଦ,ଲିଙ୍ଗରାଜ ସାହୁ, ସତ୍ୟ ମାହାର ଏବଂ ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖଣିପ୍ରୀତି ଓ ନିରୀହ ଆଦିବାସୀ ମାନଙ୍କ ଉପରେ ଦମନଲୀଳାକୁ ଘୋର ନିନ୍ଦା କରିଥିଲେ। ସେମାନେ କହିଥିଲେ ଯଦି ସରକାର ତାଙ୍କର ଏହି ଆଭିମୁଖ୍ୟ ନ ବଦଳାନ୍ତି ତାହାହେଲେ ଆଗାମୀ ଦିନରେ ଏହି ବିରୋଧ ତୀବ୍ର ଜନ ଆନ୍ଦୋଳନ ର ରୂପ ନେବ।ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଶୁଣାଇଛନ୍ତି।

You may have missed