May 11, 2026

ଖବର ପ୍ରସାରଣକୁ ନେଇ ସାମ୍ବାଦିକଙ୍କୁ ଖଣି ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ 

IMG-20250221-WA0053
Share

 

ଖୋର୍ଦ୍ଧା;(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧାରେ ଏବେ ଖଣି ମାଫିଆଙ୍କ ରାଜୁତି ବଢ଼ିଚାଲିଛି। ଖୋର୍ଦ୍ଧା ଉପକଣ୍ଠରେ ଚାଲିଥିବା ଏହି ସବୁ ବେଆଇନ୍ ଖଣି ଖନନକୁ ନେଇ ଖବର ପ୍ରସାରଣ କରି ଖୋର୍ଦ୍ଧା ଅଞ୍ଚଳର ଜଣେ କାର୍ଯ୍ୟରତ ସାମ୍ବାଦିକ ଖଣି ମାଫିଆଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି। ଦୈନିକ ଖବର କାଗଜ ବିଶ୍ଵବାଣୀ ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଆକାଶ କୁମାର ବିଶ୍ଵାଳ ବେଆଇନ୍ ଖଣି ଖନନ ଉପରେ ଖବରକୁ ନେଇ ଖୋର୍ଦ୍ଧା ଉପକଣ୍ଠ ଉଇଲକିଶନ ନଗର ଅଞ୍ଚଳର ପ୍ରାୟ ଦଶରୁ ପନ୍ଦର ଜଣ ସାମାଜିକ ଯୁବକ ଆକାଶ ବିଶ୍ଵାଳ ନିଜ ଘରକୁ ଫେରୁଥିବା ବେଳେ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିବା ସହିତ ସଙ୍ଗବଦ୍ଧ ଭାବେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଆକାଶଙ୍କ ଛାତିରେ ଗଭୀର ଆଘାତ ପହଞ୍ଚିଛି ଏବଂ ଏହା ସହିତ ଆକାଶଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବଡ଼ଭାଇ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରୁ ବର୍ତ୍ତି ନାହାଁନ୍ତି। ତାଙ୍କ ହାତ କ୍ଷତାକ୍ତ ହୋଇଥିବା ଜଣା ପଡିଛି। ଏ ନେଇ ସାମ୍ବାଦିକ ଆକାଶ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଦୁର୍ବୃତ୍ତ ନାମରେ ଅଭିଯୋଗ ଆଣିଛନ୍ତି। ଆକାଶଙ୍କ ଉପରେ ଆକ୍ରମଣକୁ ସମସ୍ତ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଂଘର ସଭାପତି ପ୍ରକାଶ ହାତୀ ଘୋର ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।