March 7, 2026

ମହୁମାଛି ଆକ୍ରମଣ ରେ ତିନିଜଣ ଆହତ….

jugyi
Share

 

ଉମରକୋଟ ,ମହୁମାଛି ଆକ୍ରମଣରେ ତିନିଜଣ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ପୈାର ପରିଷଦର ମେନ୍ଦାବେଡା ଗ୍ରାମରେ। ଗୁରୁତର ତିନି ଜଣ ହେଲେ ବଡବାସିନି ଗ୍ରାମର ଧନୁର୍ଜୟ ମାଝୀ (୬୫), ମେନ୍ଦାବେଡା ଗ୍ରାମର ନିଲମ ସାହୁ (୩୫) ଓ ଡାଳିମ୍ବ ସାହୁ (୩୦)। ମିଳିଥିବା ସୂଚନା ଅନୁସାରେ ଧନୁର୍ଜୟ ଦିନ ମଜୁରିଆ ଭାବେ କାମ କରନ୍ତି। ଧନୁର୍ଜୟ ସାଇକେଲ ଯୋଗେ ଉମରକୋଟ କୁ କାମ କରିବାକୁ ଆସୁଥିଲେ।ନିଲମ(ସ୍ବାମୀ )ଓ ଡାଳିମ୍ବ(ସ୍ତ୍ରୀ)ବାଇକ୍ ଯୋଗେ କୈାଣସି କାମରେ ଉମରକୋଟ ଆସୁଥିଲେ। ଏହି ସମୟରେ ମେନ୍ଦାବେଡା ଗ୍ରାମରେ ଏହି ତିନି ଜଣଙ୍କୁ ମହୁମାଛି ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ପ୍ରାଥମିକ ଚିକିତ୍ସା ପରେ ନିଲମ ଓ ଡାଳିମ୍ବ ଘରକୁ ଫେରିଯାଇଥିବା ବେଳେ ଧନୁର୍ଜୟ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)