March 9, 2026

ପଟୁଆମହାନରେ ହାତି ପଳ:ପଡିଆବାହାଲରେ କଲେଣି ଘର…

jug
Share

ସମ୍ବଲପୁର(ପଡିଆବାହାଲ):କେବଳ ପଡିଆବାହାଲ ରେଞ୍ଚ କାହିଁକି ସମଗ୍ର ଯୁଯୋମୁରାରେ ହାତୀ ତାର ମଚାଲ ନଚାଇଛି । କିନ୍ତୁ ବନ ବିଭାଗ ନିରବ । ଜଙ୍ଗଳ ହାତି ଘରେ ପଶି ଧାନ ଚାଉଳ ଖାଇ ଘର ଚୁରମାର କରିବା ସହ ଅନେକ ଜୀବନ ନେଲାଣି । ଏପରିକି ଘରକାନ୍ଥ ଭାଙ୍ଗିବା ନେଇ ଶିଶୁଙ୍କ ସହ ଏବେବି ଅନେକ ମେଡିକାଲରେ ଚିକିତ୍ସିତ ହେଉଥିଲେବି ବନ ବିଭାଗର ନିଦ ଭାଙ୍ଗୁନି।

ସବୁଦିନ ପରି ଆଜି ମଧ୍ୟ ପଟୁଆମହାଣ କଦଲୀମୁଣ୍ଡା ପ୍ରଭୃତି ଅଞ୍ଚଳରେ ବହୁ କୃଷିଜାତ ଦ୍ରବ୍ୟ ନଷ୍ଟ କରିଛନ୍ତି । ହାତୀଙ୍କ ଦୌରାତ୍ମ୍ଯରେ ଚାଷୀ ମଧ୍ୟ ଚାଷରୁ ମୁହଁ ଫେରାଇ ନେବାକୁ ପରିସ୍ଥିତିରେ ପଡିଲାଣି। କିନ୍ତୁ ବନ ବିଭାଗର ଦୃଷ୍ଟାନ୍ତ ମୂଳକ କୌଣସି ପଦକ୍ଷେପ ନେଉ ନଥବାରୁ ଜନ ଅସନ୍ତୋଷ ତେଜିଲାଣି ।ଆଜି ଅଞ୍ଚଳର କଦଳିମୁଣ୍ଡା,ପଟୁଆମହାନ ଠାରେ ହାତୀ ପଳ ସକାଳୁ ସକାଳୁ ବଲୁଥିଲେ। ରାତିସାରା ବିଭିନ୍ନ ଫସଲ ନଷ୍ଟ କରିଛନ୍ତି । ଏ ସଂକ୍ରାନ୍ତରେ ଅଞ୍ଚଳର ବିଶିଷ୍ଟ ଚାଷୀ ସୁବୋଧ କୁମାର ବେହେରା ଆଜି ସକାଳୁ ପଡିଆବାହାଲ ଫରେଷ୍ଟ୍ ରେଞ୍ଜ୍ ରେ ପହଞ୍ଚି ରେଞ୍ଜର ସହିତ ହାତୀ ଦୌରାତ୍ମ୍ଯ ନେଇ ଆଲୋଚନା କରିଛନ୍ତି। ହାତୀଙ୍କ ଉପଦ୍ରବ ଅସହ୍ୟ ହେଲାଣି ।ନିଲଡୁଙ୍ଗରୀ,ମାଲିମୁଣ୍ଡା, ବାହାମ,କଦଲୀମୁଣ୍ଡା,ବେଲଡୁଙ୍ଗରୀରେ ହାତୀ ଘରକରି ରହିଲେଣି । ଦିନକୁ ଦିନ ଘରଦ୍ୱାର ନଷ୍ଟ କରିବା ସହ ଧାନ ଚାଉଳ ଖାଇ ଫସଲ ନଷ୍ଟ ହେଉଥିଲେବି ଏହାର କ୍ଷତିପୂରଣ ମିଳୁନି ।ଏହି ସବୁ ବିଷୟରେ ଶ୍ରୀ ବେହେରା ଆଲୋଚନା କରି ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି ବଜଣାଇଛନ୍ତି।