March 7, 2026

ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରେବତୀ ମୋହନ ନାୟକଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା 

IMG-20260110-WA0132
Share

 

ବୁଗୁଡା : ତା ୧୦/୦୧/୨୬ : ଗଞ୍ଜାମ ଜିଲ୍ଲା ପରିଷଦର ପ୍ରାକ୍ତନ ଅଧ୍ଯକ୍ଷ ରେବତୀ ମୋହନ ନାୟକ(୮୮)ଙ୍କ ଦେହାନ୍ତରେ ବୁଗୁଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଦୀର୍ଘଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଆଜି ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟରେ ବ୍ରହପୁରସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ କିଛି ବର୍ଷ ଶିକ୍ଷକତା କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କଠାରୁ ନବୀନ ପଟ୍ଟନାୟକଙ୍କ ଶାସନ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ରହିଥିଲେ। ସେ ତାଙ୍କର ଜୀବନକାଳ ମଧ୍ୟରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମେତ ବୁଗୁଡା ପଞ୍ଚାୟତ ସମିତିର ତିନି ଥର ଅଧ୍ଯକ୍ଷ, ଓସ୍କାର୍ଡ ବ୍ଯାଙ୍କ ଅଧ୍ଯକ୍ଷ, ଭଞ୍ଜନଗର ଆରସିଏମସି ଚେୟାରମ୍ୟାନ, ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ପଦବୀରେ ରହିଥିଲେ। ତାଙ୍କର ମୃତ ଶରୀର ବି.କରଡ଼ାବାଡ଼ିସ୍ଥିତ ସ୍ବବାସଭବନରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସ୍ବଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।