ଈଶ୍ୱରୀୟ ରାଜଯୋଗ ସାଧନା କେନ୍ଦ୍ର ପୁରୀରେ ନିଶା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ…
ପୁରୀ/10.01.2026
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ତରଫ ରୁ ଆଜି ପୂର୍ବାହ୍ନ 10.30 ମିନିଟ ସମୟ ରେ ବଳିଆପଣ୍ଡା ପୁରୀ ସ୍ଥିତ ଈଶ୍ୱରୀୟ ରାଜଯୋଗ ସାଧନା କେନ୍ଦ୍ର ରେ ନିଶା ମୁକ୍ତ ଅଭିଯାନ ର ଶୁଭ ଉଦଘାଟନ ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ପଦାଧିକାରୀ ଙ୍କ ଉପସ୍ଥିତି ରେ କରାଯାଇଥିଲା ।
ସାରା ଭାରତରୁ 150 ଜଣ ସ୍ବାସ୍ଥ୍ୟ ବିଶାରଦ ଏବଂ ସ୍ୱାସ୍ଥ୍ୟ କର୍ମୀ ଙ୍କ ସହ ବ୍ରହ୍ମା କୁମାରୀ ମୁଖ୍ୟାଳୟ ମାଉଣ୍ଟ ଆବୁ ସ୍ବାସ୍ଥ୍ୟ ପ୍ରଭାଗ ର ସେକ୍ରେଟାରୀ ରାଜଯୋଗୀ ବ୍ରହ୍ମାକୁମାର ଡକ୍ଟର ବନାରସି ଲାଲ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ କହିଲେ ଯେ ବିଭିନ୍ନ NGO ସଂସ୍ଥା ଦ୍ଵାରା ନିଶା ନିବାରଣ ସମ୍ବନ୍ଧୀୟ ବହୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିଲେ ମଧ୍ୟ ସେମାନଙ୍କ ସଫଳତା ହାର ଶତକଡ଼ା 20/30 ପର୍ସେଣ୍ଟ ବା ତା ଠାରୁ କମ୍ । କିନ୍ତୁ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ରାଜ ଯୋଗ ର ଅଭ୍ୟାସ ଦ୍ଵାରା ନିଶା ନିବାରଣ ର ସଫଳତା ହାର ଶତକଡ଼ା 97 ଭାଗ । ତେଣୁ ନିଶା ନିବାରଣ ର ବହୁଳ ସଫଳତା ପାଇଁ ବ୍ରହ୍ମା କୁମାରୀ ସଂସ୍ଥା ଭାରତ ସରକାର ଓ ବିଭିନ୍ନ ପ୍ରାଦେଶିକ ସରକାର ଙ୍କ ସହ ଚୁକ୍ତି ବଦ୍ଧ ହୋଇ ବିଭିନ୍ନ ସେବାକାର୍ଯ୍ୟ ଜାରି ରଖି ଅନେକ ସମୟ ରେ ପୁରସ୍କୃତ ହେଉଅଛି ।
ଏହି ଆଲୋଚନା ଚକ୍ର ରେ ମେଡିକାଲ ପ୍ରଭାଗ ର ଜଏଣ୍ଟ ସେକ୍ରେଟାରୀ ରାଜଯୋଗୀ ଡକ୍ଟର ସଚିନ ପରବ ବିଭିନ୍ନ ନିଶା ସେବନ ର କାରଣ,ଦୁଃପରିଣାମ ଓ ନିରାକରଣ ସମ୍ବନ୍ଧ ରେ ଆଲୋକପାତ କରିଥିଲେ । ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ବାସ୍ଥ୍ୟ ବିଭାଗ ର ସ୍ଵତନ୍ତ୍ର ସଚିବ ଡକ୍ଟର ବି କେ ମହାପାତ୍ର ସରକାର ଙ୍କ ନିଶା ନିବାରଣ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ନିଶା ମୁକ୍ତି କାର୍ଯ୍ୟ କ୍ରମ ର ଭୂୟସୀ ପ୍ରଶଂସା କରିଥିଲେ ।
ଏହି ଆଲୋଚନା ଚକ୍ର ରେ ସ୍ୱାସ୍ଥ୍ୟ ବିଭାଗ ର ନିର୍ଦ୍ଦେଶକ ଡକ୍ଟର ପ୍ରଦୀପ କୁମାର ଗୁରୁ ଓ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ସ୍ବାଇଁ , କ୍ୟାପିଟାଲ ହସ୍ପିଟାଲ ର ନିର୍ଦ୍ଦେଶକ ଡକ୍ଟର ରୂପଭାନୁ ମିଶ୍ର ,IMA ପୁରୀ ବ୍ରାଞ୍ଚ ର ସେକ୍ରେଟାରୀ ଡକ୍ଟର ବାନାମ୍ବର ସେନାପତି, CDMO ପୁରୀ ଡକ୍ଟର ଏ କେ ଶତପଥୀ ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇ ନିଶା ମୁକ୍ତି ସମ୍ବନ୍ଧୀୟ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ସାଧନାକେନ୍ଦ୍ର ର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଡକ୍ଟର ନିରୁପମା ଆଶୀର୍ବଚନ ପ୍ରଦାନ କରି ସମସ୍ତଙ୍କୁ ନିଶାଦ୍ରବ୍ୟ ସେବନ ନ କରିବା ପାଇଁ ଶପଥ ପାଠ କରାଇଥିଲେ ।
ରାଜ ଯୋଗୀ ଭ୍ରାତା ଡକ୍ଟର ସତ୍ୟାନନ୍ଦ ସ୍ବାଗତ ଅଭିଭାଷଣ ଦେଇ ଅଭିଯାନ ର ଆଭିମୁଖ୍ୟ ସମ୍ବନ୍ଧ ରେ ସୂଚନା ଦେଇଥିଲେ ।
ପ୍ରାକ୍ତନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରାଜଯୋଗୀ ବ୍ରହ୍ମାକୁମାର ଡକ୍ଟର ଏ ଏନ ମହାନ୍ତି ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିଲେ ।
ମୁଖ୍ୟାଳୟ ସଂଯୋଜିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ମନିଷା ଧନ୍ୟବାଦ ଅର୍ପଣ କରିଥିଲେ ।
ପରେ ପରେ ନିଶା ନିବାରଣ ର ଏକ ସୁସଜ୍ଜିତ ରଥ କୁ ସମସ୍ତ ଅତିଥି ମାନଙ୍କ ଉପସ୍ଥିତି ରେ ମଧ୍ୟପ୍ରଦେଶ ର ବି କେ ଅକ୍ଷୟ ଭାଇ ଦାନ୍ତ ରେ ଟାଣି ଟାଣି ଶୁଭାରମ୍ଭ କରିଥିଲେ ।
ଏହି ନିଶା ନିବାରଣ ରଥ ପୁରୀ ଟାଉନ ତଥା ପୁରୀ ଜିଲ୍ଲା ର ବିଭିନ୍ନ ବ୍ଲକ ରେ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସାଧନା କେନ୍ଦ୍ର ର ନିର୍ଦ୍ଦେଶିକା ସୂଚନା ଦେଇଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
