September 21, 2024

ଶିଶୁ ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

Share

ଶିଶୁ ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ଉତ୍ସବ
ଉଦଘାଟିତ
ବୁଗୁଡା : ତା ୦୯/୧୨/୨୩ : ସ୍ଥାନୀୟ ସରସ୍ବତୀ ଶିଶୁ
ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ଉଦଘାଟିତ
ହୋଇଯାଇଛି । ଉକ୍ତ ତ୍ରିଦିବସୀୟ ବାର୍ଷିକ କ୍ରୀଡାର
ଉଦଘାଟନୀ ଉତ୍ସବ ଅବସରରେ ପ୍ରତିଯୋଗୀଙ୍କ ଦ୍ବାରା
ବଳଦେବ ମନ୍ଦିରୁ କ୍ରୀଡା ଜ୍ୟୋତି କ୍ରୀଡା ସ୍ଥଳରେ ପହଞ୍ଚି
ଥିଲା । ଏଥିରେ ମୁଖ୍ୟ ଅତିଥ୍‌ ଭାବେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୋପାଳ ପାତ୍ର ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କ୍ରୀଡା ଶିକ୍ଷକ ଆଦିତ୍ୟ ପ୍ରଧାନ ଯୋଗ ଦେଇ
ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ପ୍ରତିଯୋଗିତା କାଳରେ ସଦଭାବନା ରକ୍ଷା ନିମନ୍ତେ ପ୍ରତିଯୋଗୀଙ୍କ ସାମୁହିକ ଶପଥ ପାଠ ପରେ ଶିଶୁ ବାଟିକା, କନିଷ୍ଠ ବର୍ଗ, ବାଲ ବର୍ଗ ଓ କିଶୋର ବର୍ଗର ପ୍ରତିଯୋଗୀମାନଙ୍କ ମଧ୍ୟରେ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଅଖା ଡିଆଁ, ଗୁଳା ଫିଙ୍ଗା, ଥାଳିଆ ଫିଙ୍ଗା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣାଙ୍କ ତତ୍ତ୍ବାବଧାନରେ ଆୟୋଜିତ ପ୍ରତିଯୋଗିତା ଗୁଡିକୁ କ୍ରୀଡା ପ୍ରମୁଖ ଗୁରୁମା ମଧୁସ୍ମିତା ଦାଶ ପରିଚାଳନା କରିଥିବା ବେଳେ ନିର୍ଣ୍ଣାୟକ ଭାବେ ନିୟୋଜିତ ଗୁରୁଜୀ ଓ ଗୁରୁମା ପ୍ରମୁଖ କୃତି
ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ । ଆଗାମୀ
ଉଦଯାପନୀ ଉତ୍ସବ ଅବସରରେ କୃତି ପ୍ରତିଯୋଗୀଙ୍କୁ
ପୁରସ୍କୃତ କରାଯିବା ନେଇ ଶିଶୁ ମନ୍ଦିର ପକ୍ଷରୁ ପ୍ରକାଶ
ପାଇଛି ।