September 21, 2024

ସକାଳର ଖବର, ୦୯-ଡିସେମ୍ବର-୨୦୨୩, ଶନିବାର

Share

*╭─────────────────────╮*
*🌄ସକାଳର ଖବର, ୦୯-ଡିସେମ୍ବର-୨୦୨୩, ଶନିବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ନୂଆ ବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ହେବ ସମ୍ପୂର୍ଣ୍ଣ ବନ୍ଦ । ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି l

➡️୨-ମିଶନ ଆଦିତ୍ୟ-L1କୁ ମିଳିଲା ବଡ଼ ସଫଳତା । ପଠାଇଲା ସୂର୍ଯ୍ୟର ପ୍ରଥମ ଫଟୋ । ଭାରତର ସୂର୍ଯ୍ୟ ଅଭିଯାନରେ ପ୍ରଥମ ଥର ପାଇଁ ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ ହେଲା କଏଦ l

➡️୩-ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ପାଇଁ ବଢିଲା UPI ଟ୍ରାଞ୍ଜାକ୍ସନ ସୀମା, ଏଣିକି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିହେବ ପୈଠ l ଏ ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଲେ ସୂଚନା l

➡️୪-ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲକୁ ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୫-ରାଜସ୍ଥାନରୁ ରଥ ଅର୍ଥାତ୍‌ ବଳଦ ଗାଡ଼ି ଦ୍ୱାରା ଆସିଥିବା ୬୫୦ କିଲୋଗ୍ରାମ ଦେଶୀ ଗାଈ ଘିଅରେ ହେବ ରାମଲଲାଙ୍କ ପ୍ରଥମ ଆଳତୀ l

➡️୬-ଗୁଜରାଟର ରାଣ ମରୁଭୂମି ଅଞ୍ଚଳରେ ବିଶ୍ୱର ସବୁଠାରୁ ବୃହତ୍ତ ଗ୍ରୀନ୍ ଏନର୍ଜି ପାର୍କ ନିର୍ମାଣ କରୁଛି ଆଦାନୀ ଗ୍ରୁପ୍ l ଏହା ୭୨୬ ବର୍ଗ କିଲୋମିଟର ଉପରେ ବିସ୍ତାର ହେବ। ୨ କୋଟିରୁ ଅଧିକ ଘରକୁ ବିଦ୍ୟୁତ୍ ଶକ୍ତି ଯୋଗାଇବା ପାଇଁ ୩୦ ଗିଗାୱାଟ ଉତ୍ପାଦନ କରିବ।

➡️୭-ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ, NBW ଜାରି କଲେ SDJM କୋର୍ଟ । ଜାମିନ ବିହୀନ ଗିରଫ ପରୱାନା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଦେଲେ ଅନୁମତି l

➡️୮-ଗହମ ଓ ଅଟା ମୂଲ୍ୟ ନିୟନ୍ତ୍ରଣ ପାଇଁ ଷ୍ଟକ୍ ଲିମିଟ୍‌ ହ୍ରାସ କଲେ କେନ୍ଦ୍ର ସରକାର। ସେହିପରି ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ନେଲେ ବଡ଼ ନିଷ୍ପତ୍ତି, ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ବିଦେଶକୁ ରପ୍ତାନୀ ହେଲା ବ୍ୟାନ୍ l

➡️୯-ଆସନ୍ତା ୧୨ରୁ ୧୪ ତାରିଖ ମଧ୍ୟରେ ନୂଆଦିଲ୍ଲୀରେ ହେବାକୁ ଥିବା ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ବିଶ୍ୱ ଭାଗିଦାରୀ ସମ୍ମିଳନୀରେ ସମସ୍ତେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଲେ ଆହ୍ୱାନ l

➡️୧୦-ମୃଦୁ ପାନୀୟ ପ୍ରସ୍ତୁତକାରୀ କମ୍ପାନି କୋକାକୋଲାର ବଡ଼ ନିଷ୍ପତ୍ତି। ଗୁଜରାଟରେ ତିଆରି କରିବ ୩ ହଜାର କୋଟିର ପ୍ରତ୍ୟକ୍ଷ ନିବେଶ । ଏହି ପ୍ଲାଣ୍ଟ ଗୁଜରାଟର ଅହମଦାବାଦ ଠାରୁ ୨୨ କିମି ଦୂରରେ ଥିବା ସନାନ୍ଦ ଠାରେ ତିଆରି ହେବ।

➡️୧୧-ତଥ୍ୟା ଚୋରି କରି ଗ୍ରାହକଙ୍କୁ ଠକୁଥିବା ୧୮ ଟି ସ୍ପାଏ ଲୋନ୍‌ ଆପ୍‌ଗୁଡ଼ିକୁ ଡିଲିଟ୍‌ କଲା ଗୁଗୁଲ୍‌ l

➡️୧୨-ପ୍ରଶ୍ନ ପାଇଁ ଲାଞ୍ଚ ନେବା ଅଭିଯୋଗରେ ସଂସଦରୁ ବହିଷ୍କୃତ ହେଲେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର l

➡️୧୩-ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ସ୍ନାନାଗାରରେ ପଡି ଆହତ ହୋଇଥିବା ସୂଚନା, ହସ୍ପିଟାଲରେ ହେଲେ ଭର୍ତି l

➡️୧୪-ଜୋରମ୍‌ ପିପୁଲ୍ସ ମୁଭ୍‌ମେଣ୍ଟ୍‌(ଜେଡପିଏମ) ନେତା ଲାଲଡୁହୋମା ଗତକାଲି ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ l ରାଜ୍ୟପାଳ ହରି ବାବୁ କମ୍ଭମପତି ରାଜଧାନୀ ଆଇଜଲସ୍ଥିତ ରାଜଭବନ ପରିସରରେ ତାଙ୍କୁ ପଦ ଓ ଗୋପନୀୟତାର ଗୋପନୀୟତାର ଶପଥପାଠ କରାଇଲେ l

➡️୧୫-ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌‌ l ୬.୫%ରେ ଅପରିବର୍ତ୍ତିତ ରହିଥିବା ନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଲେ ସୂଚନା l

➡️୧୬-ମହାରାଷ୍ଟ୍ରର ପୁଣେ ନିକଟସ୍ଥ ପିମ୍ପରୀ-ଚିଞ୍ଚୱାଡ ସହରର ତାଲାୱାଡ ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଦଗ୍ଧ ହୋଇ କଲେ ମୃତ୍ୟୁବରଣ l

➡️୧୭-ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରି ପୁଣି ମୋଦୀଙ୍କୁ ପ୍ରଶଂସା କଲେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ l କହିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତମେ ଡରେଇ ଧମକେଇ ପାରିବ ନାହିଁ ।

➡️୧୮-ଅଣ୍ଡର-୧୯ ଏସିଆ କପ୍ ୨୦୨୩ର ପ୍ରଥମ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୭ ୱିକେଟରେ କଲା ପରାସ୍ତ l

➡️୧୯-ଗୌତମ ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ ଆଣିବାରୁ ଶ୍ରୀସନ୍ଥଙ୍କୁ ଲିଗାଲ ନୋଟିସ୍ l ଲିଜେଣ୍ଡ ଲିଗ୍ କ୍ରିକେଟ୍(ଏଲ୍‌ଏଲ୍‌ସି) କମିଶନର ଶ୍ରୀସନ୍ଥଙ୍କୁ ପଠାଇଲେ ଲିଗାଲ ନୋଟିସ l

➡️୨୦-ଆସନ୍ତା ଡିସେମ୍ବର ୯ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ହେବାକୁ ଥିବା ୬୭ତମ ଜାତୀୟ ଇଣ୍ଟର କଲେଜ ତୀରନ୍ଦାଜ ପ୍ରତିଯୋଗିତାରେ କଳାହାଣ୍ଡିର ୩ ପ୍ରତିଯୋଗୀ କଲେ ଗୁଜରାଟ ଗସ୍ତ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଉତ୍ପନା ଏକାଦଶୀ ll*
*🔅ଆଜି ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ପ୍ରାଣୀ ଚିକିତ୍ସା ଦିବସ ll*
*🔅ଆଜି ଖ୍ରୀଷ୍ଟମାସ କାର୍ଡ ଦିବସ ll*
*🔅ଆଜି ଜାତୀୟ ଲାଲାମା ଦିବସ ll*
*🔅ଆଜି ବିଶ୍ୱ ଟେକ୍ନୋ ଦିବସ ll*
*🔅ଆଜି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ ll*

*📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବାକୁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

 

*ll ସୁପ୍ରଭାତ ll*