November 9, 2026

କୋଟିଆ ଭୋଟ୍ ବିବାଦ: ଆନ୍ଧ୍ରର ମତଦାନ ହାର ଦାବିକୁ ଖଣ୍ଡନ କଲେ ଜିଲ୍ଲାପାଳ

IMG-20261109-WA0008
Share

 

ଜୟପୁର, ୮/୧୧: କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଅଧିକ ମତଦାନ ହୋଇଥିବା ଦାବିକୁ ଖଣ୍ଡନ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ।

ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରଚାର କରାଯାଇଥିବା ମତଦାନ ହାରରେ ଆନ୍ଧ୍ର ଅଞ୍ଚଳର ଅନେକ ଗ୍ରାମର ଭୋଟର ସାମିଲ ଅଛନ୍ତି। ତେଣୁ ସେହି ମତଦାନ ହାରକୁ କେବଳ କୋଟିଆ ଅଞ୍ଚଳର ଭୋଟରଙ୍କ ମତଦାନ ବୋଲି ଧରିବା ଠିକ୍ ନୁହେଁ।

ମତଦାନ ସମୟରେ କୋଟିଆ ଅଞ୍ଚଳର ଅନେକ ଗ୍ରାମବାସୀ ଓଡ଼ିଶା ପ୍ରଶାସନ ପକ୍ଷରୁ ଆୟୋଜିତ ଜନକଲ୍ୟାଣ ଶିବିରରେ ଉପସ୍ଥିତ ଥିଲେ। ପ୍ରଶାସନର ଆକଳନ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ କୋଟିଆର ଭୋଟରଙ୍କ ମତଦାନ ହାର ପ୍ରାୟ ୧୦ ପ୍ରତିଶତ ମଧ୍ୟରେ ରହିଛି।

କୋଟିଆବାସୀଙ୍କ ସ୍ୱାର୍ଥ ସୁରକ୍ଷା ସହ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। (ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed