November 9, 2026

କୋଟିଆ ନିର୍ବାଚନ ବିବାଦ: ସିବିଆଇ ତଦନ୍ତ ଦାବି କଲେ ଜୟପୁର ବିଧାୟକ ତାରା ବାହିନୀପତି

IMG-20261109-WA0001
Share

 

ଜୟପୁର, ୮/୧୧: କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ହୋଇଥିବା ନିର୍ବାଚନକୁ ନେଇ ପୁଣି ରାଜନୈତିକ ବିବାଦ ତେଜିଛି। ଏହି ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସିବିଆଇ ତଦନ୍ତ ଦାବି କରିଛନ୍ତି।

ରବିବାର ଜୟପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ବାହିନୀପତି ଅଭିଯୋଗ କରିଥିଲେ ଯେ, ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆ ଅଞ୍ଚଳରେ ଭୋଟ୍ ପ୍ରକ୍ରିୟାକୁ ପ୍ରଭାବିତ କରାଯାଇଛି। ଅଣଓଡ଼ିଆ ଅଞ୍ଚଳର ଲୋକଙ୍କୁ ଆଣି ଭୋଟ୍ ଦେବା ଏବଂ ଭୋଟରଙ୍କ ପରିଚୟକୁ ନେଇ ଅନିୟମିତତା ହୋଇଥିବା ସେ ଅଭିଯୋଗ ଆଣିଥିଲେ।

ଏପରିକି ଦୁଇଜଣ ପ୍ରାର୍ଥୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ନିର୍ବାଚନରେ ଠିଆ କରାଯାଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ। ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଭୋଟ୍ କେନ୍ଦ୍ରର ସିସିଟିଭି ଫୁଟେଜ୍ ସାର୍ବଜନୀନ କରିବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ସିବିଆଇ ତଦନ୍ତ କରାଇବାକୁ ସେ ଦାବି କରିଛନ୍ତି।(ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed