March 11, 2026

ବାଲେଶ୍ବର ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା .

IMG-20251109-WA0000
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ଆଜି ବାଲେଶ୍ବର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ବିଧାୟକ ଓ ବିଧାୟିକା ଯୋଗଦେଇ ବିଭିନ୍ନ ସମସ୍ୟା ଉତ୍ଥାପନ କରିଛନ୍ତି.

ତଥା ଡଗରା ବେଳାଭୂମିର ବିକାଶ ଏବଂ ସେଠାରେ ଇକୋ ଟୁରିଜିମ୍ ନିମନ୍ତେ ଓ ଯମୁନାଶୂଳ ବେଳାଭୂମୀକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ବାଲେଶ୍ବର ଜିଲ୍ଲା ପର୍ଯ୍ୟଟନ ବିଭାଗ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ କହିଛନ୍ତି ବସ୍ତା ବିଧାୟିକା ସୁବାସିନୀ ଜେନା ।

ଜିଲ୍ଲାରେ ବିଭିନ୍ନ ସମୟରେ ନବଜାତ ଶିଶୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଫକୀର ମୋହନ ମେଡିକାଲ କଲେଜ୍ ଠାରେ ଦୁଇଟି ବେବି କ୍ରାଡ଼ଲ ପଏଣ୍ଟ ସ୍ଥାପନ ଏବଂ ବାଲେଶ୍ବର ଠାରେ ଆଉ ଗୋଟିଏ ସ୍ଵଧାର ଗୃହ ସ୍ଥାପନ ପାଇଁ ଦାବି ଜଣାଇଛନ୍ତି ଶ୍ରୀ ମତୀ ଜେନା. ସେହିପରି ଷୋଳଶା ପାଣ୍ଠିରୁ ଜଳ ନିଷ୍କାସନ ଏବଂ ବସ୍ତା ଓ ବାଲିଆପାଳ ବ୍ଲକର ବିଭିନ୍ନ ସମସ୍ୟା ଓ ସମାଧାନ ବାବଦରେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଶ୍ରୀ ମତୀ ଜେନା.