ଗୌରୀ ଶଙ୍କର ଙ୍କୁ ସମର୍ଦ୍ଧନା ..
ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ସ୍ଥିତ ଗୋପୋଳକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁଗତ OPSC ପରିକ୍ଷାରେ ପ୍ରାକ୍ତନ ଛାତ୍ର ଗୌରୀଶଙ୍କର
ବେହେରା ୪୭୮ ରେଙ୍କ ରେ ଉତ୍ତିର୍ଣ୍ଣ ହୋଇ ବିଦ୍ୟାଳୟର ଏକ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଥିବାରୁ ତାଙ୍କୁ ଅନୁଷ୍ଟାନ ତରଫରୁ ଉଚ୍ଚସ୍ୱିତ
ସମର୍ଦ୍ଧନା ପ୍ରଦାନ କରାଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
ମୁଖ୍ୟ ଅତଥିି ଭୋଗବ ଗଞ୍ଜାମ ତହସିଲଦାର ଶ୍ରୀକାନ୍ତ ମିଶ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ଼ଃ ଶଙ୍କର ନାରାୟଣ ବେଜ ଓ ସମ୍ମାନିତ ଅତଥିି ଭାବେ ଯଥାକ୍ରମେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ନାରାୟଣ ନାୟକ,ଅବସର ପ୍ରାପ୍ତ ସଂସ୍କତୃ ଶିକ୍ଷକ ବିଜୟ କୁମାର ପଣ୍ଡା ଯୋଗଦେଇ ଗୌରୀ ଶଙ୍କରଙ୍କର ଛାତ୍ର ଅବସ୍ଥାରୁ
ପ୍ରଗୋଢ ଅଧ୍ୟବସାୟ ଓ ଗୁରୁଭକ୍ତି ତାଙ୍କୁ ଏଭଳି ଏକ ସମ୍ମାନ ଜନକ ଓଡଶା ପ୍ରଶାସନକି ସେବା ଅଧିକାରୀ ହେବାର ସୌଭାଗ୍ୟ
ଆଣି ଦେଇଥିଲା ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟ ଅତଥିି ତହସିଲଦାର ଶ୍ରୀଯୁକ୍ତ ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ
ଗୌରି ଶଙ୍କରଙ୍କର ସଫଳତା ପ୍ରେରଣା ଯୋଗୋଇବ ବୋଲି ଆଶା ପ୍ରକାଶ କରିବା ସଙ୍ଗେ ସଙ୍ଗେ ଗୌରିଶଙ୍କର ଭବିଷ୍ୟତ
ଭାରତୀୟ ପ୍ରଶାସନିକ ସେବାର କୃତକାର୍ଯ୍ୟ ହୋଇ ନିିଃସ୍ୱାର୍ଥପର ଭାବେ ସାଧାରଣ ଜନତାଙ୍କ ସେବାରେ ନିୟୋଜତ ହୁଅନ୍ତୁ
ବୋଲି ପରାମର୍ଶ ଦେଇଥିଲେ । ମୁଖ୍ୟ ଅତଥିିଙ୍କ ଦ୍ୱାରା ଗୌରୀ ଶଙ୍କରଙ୍କୁ ଫୁଲତୋଡୋ ,ମୋନପତ୍ର ଓ ଉପଗଢୌକନ ଦେଇ
ସମ୍ମାନିତ କରାଯାଇଥିଲା । ସମ୍ମାନର ପ୍ରତ୍ୟୁତ୍ତରରେ ଶ୍ରୀ ବେହେରା ଏହି ଅନୁଷ୍ଟାନ ମୋ ଜୀବନର ଏକ ମୋଇଲ ଖୁଣ୍ଟ ହେବା ସହ ଚୀରଦିନ ସ୍ମରର୍ଣୀୟ ହୋଇ ରହିବା ସଙ୍ଗେ ସଙ୍ଗେ ଏହାର ଉତ୍ତରୋତ୍ତର ଉନ୍ନତି ପୋଇଁ ଯଥୋସାଧ୍ୟ ସାହାଯ୍ୟ ସହଯୋଗ ଯୋଗାଇଦେବି
ବୋଲି ପ୍ରତିଶ୍ରୁତି ଦେଇଥିଲେ l ନବାଗତ ଶିକ୍ଷକ ଅରୁଣ କୁମାର ବେହେରାଙ୍କୁ ଏହି ସଭାରେ ସ୍ୱାଗତ ସମର୍ଦ୍ଧନା ଦିଆଯାଇଥିଲା ।ସଭାର ପ୍ରାରମ୍ଭରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରକୃତବନ୍ଧୁ, ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବଜିୟ କୁମାର ବିଶ୍ୱାଳ ଅତଥିି ମାନଙ୍କୁ ସ୍ବାଗତ ଓ ପରିଚୟ ପ୍ରଦାନ କରିବୋ ସଙ୍ଗେ ସଙ୍ଗେ
ସଂଯୋଜନା କରିଥିଲେ ।ସଭାରେ
ଶିକ୍ଷୟିତ୍ରୀ ମୋନାଲିସା ରଥ ଅତଥିି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ
ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପଟ୍ଟନାୟକ, ସନ୍ଧ୍ୟାରାଣୀ ଦାଶ ,ମନିସା ବିଶ୍ୱାସ ,ସୁଚିତ୍ରା ସାହୁ ,ଅରୁଣ ପଣ୍ଡା , ଦିଲ୍ଲୀପ କୁମାର ବେହେରା
, ବିଳାସ ପଲେଇ , ରୁନୁ ବେହେରା ,କାଞ୍ଚନ ପଣ୍ଡା ,ରୋଜାଲିନ ନାୟକ ,ଗୋଲକ ସାହୁ ,ସଞ୍ଜୟ ସାହୁ ଓ ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନା ରେ ସହଯୋଗ କରିଥିଲେ l(ପ୍ରଦୀପ କୁମାର ପଣ୍ଡା )