July 6, 2024

ବ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ।

Share

ବ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ।


ବୋଲଗଡ଼ ;୦୯/୧୧(ଉପାନ୍ତ ଓଡିଶା): ବୋଲଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମଣ୍ଡଳ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ତତ୍ ସହିତ ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାଏକ,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ରତିକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।ଏଥିରରେ ବୋଲଗଡ଼ ବ୍ଲକ୍ ର ୧୯ ଟି ପଞ୍ଚାୟତର ୩୫୪ ଜଣ ଭିନ୍ନକ୍ଷମ ଙ୍କୁ ପଂଜିକୃତ କରାଯାଇ ଚିକିତ୍ସା ପାଇଁ ପରିକ୍ଷା କରା ଯାଇଥିଲା।୪ଜଣ ଡାକ୍ତର ଙ୍କ ସହାୟତା ରେ ସେମାନଙ୍କର ସାଟିଫିକେଟ୍ ର ବ୍ୟବସ୍ଥା କରାଯିବା ସହିତ ଖାଇବାର ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ସମ୍ପୁର୍ଣ୍ଣ ସହଯୋଗ ବ୍ୟବସ୍ଥା ଯୋଗାଇ ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ମଲ୍ଲିକ ପରିଚାଳନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed