November 15, 2024

ନବରଙ୍ଗପୁର ଜିଲ୍ଲା ରେ ନୂଆ ରୂପରେ ମୁକ୍ତିଲାଭ କଲା ମା ଭଣ୍ଡାର ଘରଣୀ ଗୀତ ହେ ଜଜନୀ ଭଜନ………

Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀ ଙ୍କ ଶାରଦୀୟ ନବରାତ୍ର ଓ ଦଶହରା ମହାପର୍ବ ଉତ୍ସବ ମୁଖର ହୋଇଛି।ବିଗତ ବହୁ ବର୍ଷ ତଳେ ନବରଙ୍ଗପୁରର ମୁଖ୍ୟ ପୀଠରେ ବିଜେ ପ୍ରତ୍ୟକ୍ଷ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଉପରେ ଆଧାରିତ ଏକ ସିଡି କ୍ୟାସେଟ୍ ମୁକ୍ତି ଲାଭ କରିଥିବା ମାଁ ଭଣ୍ଡାର ଘରଣୀ ଙ୍କ ଉପରେ ଆଧାରିତ ଭଜନ “ହେ ଜନନୀ” ସମଗ୍ର ଓଡ଼ିଶାରେ ଦର୍ଶକଙ୍କୁ ବେଶ ମନକୁ ଛୁଇଁଥିଲା। ଏହି ଭଜନର ଟାଇଟଲ ଗୀତ ହେ ଜନନୀ ରେ କଣ୍ଠ ଦାନ କରିଥିଲେ ଅମ୍ବିକେଶ କୁନାଲ ହୋତା ଓ ଗୀତକୁ ରଚନା ଓ ସଂଗୀତ ନିର୍ଦେଶନା ଦେଇଥିଲେ ତତ୍କାଳୀନ ନବରଙ୍ଗପୁର ପୌରପାଳିକା ର ନିର୍ବାହୀ ଅଧିକାରୀ ରାମେଶ୍ଵର ପ୍ରଧାନ। ତା ସହ ଏହି ଗୀତ ରେ ଅଭିନୟ କରିଥିଲେ ଓଡିଶା ର ଜଣାଶୁଣା ଚେହେରା ପୁପିନ୍ଦର ସିଂ ଓ ଅମ୍ବିକେଶ। ଏହି ଗୀତ କ୍ୟାସେଟ୍ ପ୍ରସ୍ତୁତ କରିବାରେ ପ୍ରମୁଖ ଭାବରେ ରେ ନବରଙ୍ଗପୁର ଜିଲ୍ଲାର ସୁପରିଚିତ କଳାକାର ତଥା ରାଜ୍ୟ ଅମଲା ସଂଘର ସଭାପତି ତଥା ଭଜନ କ୍ୟାସେଟ ର ପ୍ରଯୋଜନା ବାଲାଜୀ ସାହୁ କରିଥିବାବେଳେ ଭଜନ ର ସହ ନିର୍ଦ୍ଦେଶକ ଭାବରେ ନବରଙ୍ଗପୁର ଜ଼ିଲ୍ଲାର ଜଣାଶୁଣା ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ , ସଂଘଟକ ଭାବରେ ସିମାଞ୍ଚଳ ରଥ ଏବଂ କପିଲ ପୂଜାରୀ ପ୍ରମୁଖ ସହଯୋଗ ଥିଲେ । ଏହି ଭଜନରେ ସ୍ବର୍ଗତ ନୁତ୍ୟ ଶିଳ୍ପୀ ଲିନା ବେହେରା ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଚଳିତ ବର୍ଷ ଦଶହରା ଅବସରରେ ପୁଣି ଥରେ “ହେ ଜନନୀ” ଓଡ଼ିଆ ଭଜନ ନୂଆ ରୂପରେ ମୁକ୍ତିଲାଭ କରିଛି । ଏହି ଭଜନ ଗୀତ କୁ ନୂଆ ରୂପରେ ସଜେଇଛନ୍ତି ନବରଙ୍ଗପୁର ଜ଼ିଲ୍ଲାର ସଂଗୀତ ଦୁନିଆଁରେ ଏକ ସତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣାଶୁଣା ଯୁବ କଳାକାର ତଥା ଗୁଗୁଲ୍ ଯାଞ୍ଚ ହୋଇଥିବା କଳାକାର ଉଦିତ ଭାନୁ। ଏହି ଗୀତ ଉଦିତ ଭାନୁ ଅଫିସିଆଲ ୟୁଟୁବ ଚ୍ୟାନେଲ ରେ ମୁକ୍ତିଲାଭ କରିଛି। ସୂଚନା ଯୋଗ୍ୟ “ଓମାଁ ଭଣ୍ଡାର ଘରଣୀ ମାଁ” ଓଡିଆ ଭଜନରେ ଉଦିତ ପ୍ରଥମ କରି ପ୍ରଚ୍ଛଦପଟ ଗାୟକ ଭାବରେ କାମ କରିଥିବା ସମେତ ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକଙ୍କ ଓଡ଼ିଆ ଆଧୁନିକ ଗୀତ ମତୁଆଲା ରେ କଣ୍ଠଦାନ କରିବାର ସୁଯୋଗ ପାଇଥିଲେ। ପରେ ପରେ ଅନେକ ଓଡ଼ିଆ ଏବଂ ଦେଶିଆ ଗୀତରେ ସେ କଣ୍ଠଦାନ କରି ବେଶ ପ୍ରଶଂସିତ ହୋଇଛନ୍ତି ପୁଣି କୋରୋନା କାଳରେ ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ନିର୍ଦ୍ଦେଶିତ ଫିଲ୍ମରେ କାମ କରି ନିଜ ଫିଲ୍ମ ଜୀବନ ଆରମ୍ଭ କରିଥିଲେ ଏବଂ ଦୂରଦର୍ଶନ ରେ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ଅମାବାସ୍ୟାର ଜନ୍ହ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରି ନିଜ ପ୍ରତିଭାର ପ୍ରତିବାଦନ କରିପାରିଛନ୍ତି । ଉଦିତ ପ୍ରାୟ ସବୁ ସମୟରେ କିଛି ନୂଆ କରି ଚର୍ଚାରେ ଆସିଥାନ୍ତି । ନବରଙ୍ଗପୁର ଜିଲ୍ଲାର କଳାକାର ମାନେ ଶ୍ରୀ ଭାନୁକୁ ଶୁଭେଛା ଜଣାଇଛନ୍ତି।