November 15, 2024
Share

 

୧-ବିଧାନସଭା ନିର୍ବାଚନ ଫଳାଫଳ:

ହରିୟାଣାରେ ବିଜେପି, ଜାମ୍ମୁ-କାଶ୍ମୀରରେ ଏନସି-କଂଗ୍ରେସ ମେଣ୍ଟକୁ ବହୁମତ।

 

୨-ପୁରୀ:ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟ, ସକାଳ ୪ଟାରୁ ଦ୍ବାର ଫିଟା ପାଇଁ ନିଷ୍ପତ୍ତି।

 

୩-ସ୍ୱାସ୍ଥ୍ୟସେବାରେ ନୂଆ ଅଧ୍ୟାୟ – ଏସସିବି ମେଡିକାଲରେ କାର୍ଯ୍ୟକ୍ଷମ ହେଲା ଅସ୍ଥି ଭଣ୍ଡାର।

 

୪-ସୁଭଦ୍ରା ଯୋଜନା : ଆଜି ଦିନ୧୨ଟା ପୂର୍ବରୁ ଆକାଉଣ୍ଟକୁ ଯିବ ଟଙ୍କା, ସ୍ପଷ୍ଟ କଲେ ଉପମୁଖ୍ୟମନ୍ତ୍ରୀ।

 

୫-ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର।

 

୬-ଶକ୍ତିପୀଠରେ ଚାଲିଛି ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠରେ ପ୍ରକମ୍ପିତ ହେଉଛି ପରିବେଶ।

 

୭-ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି, ୧୫ ଦିନ ଭିତରେ ଥାନାରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ।

 

୮-ପୂଜା ପାଇଁ ଟ୍ବିନ୍‌ସିଟିରେ ମୁତୟନ ହେବେ ୧୦୨ ଫ୍ଲାଟୁନ ପୋଲିସ ଫୋର୍ସ, ଦାୟିତ୍ୱରେ ରହିବେ ୨ ଶହ ବରିଷ୍ଠ ଅଧିକାରୀ।

 

୯-ଭୁବନେଶ୍ୱର:୨୮୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।

 

୧୦-ସାଲେପୁର ରଟିଲୋ ଗାଁରେ ବେଆଇନି ବାଣ ଗୋଦାମ ଉପରେ ଚଢ଼ାଉ, ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ।

 

୧୧-ଭୁବନେଶ୍ୱର:ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି।

 

୧୨-ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀ।

 

୧୩-ଦୁର୍ଗାପୂଜା ପାଇଁ କଟକ ଏବଂ ଭୁବନେଶ୍ଵରରେ ଟ୍ରାଫିକ୍ କଟକଣା, ୯ରୁ ୧୩ ତାରିଖ ଯାଏଁ ଟ୍ବିନ୍ ସିଟିରେ ଚଳାଚଳ କରିପାରିବନି ଭାରିଯାନ।

 

୧୪-ନୂଆପଡ଼ା ଜିଲ୍ଲା ବୋଡେନ ଥାନା କୋଟିଆପଡ଼ା ଗାଁରେ ଅମାନୁଷିକ କାଣ୍ଡ ।ଘରୋଇ କଳିରୁ ବାପାର ଅମାନୁଷିକ କାଣ୍ଡ; ପୁଅକୁ ହତ୍ୟା କଲା, ଝିଅର ତଣ୍ଟି କାଟିଲା !

 

୧୫-କଲିକତା:ଇସ୍ତଫା ଦେଲେ ଆର.ଜି.କର ହସ୍ପିଟାଲର ୫୦ ବରିଷ୍ଠ ଡାକ୍ତର।

 

୧୬-ନୂଆ ଦିଲ୍ଲୀ:ଦେଶରେ ପ୍ରତିଷ୍ଠା ହେବ ୧୦ ନୂଆ ESIC ମେଡିକାଲ କଲେଜ

 

୧୭-କୋଲକାତାରେ ଲଜ୍ଜା ପେଣ୍ଡାଲ; ଲଜ୍ଜା ଥିମରେ ତିଆରି ହୋଇଛି ମା’ଙ୍କ ପ୍ରତିମୂର୍ତ୍ତି, ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରଭାବ ପୂଜା ପେଣ୍ଡାଲରେ।

 

୧୮-୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ : ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ଦାଦା ସାହେବ ଫାଲକେ ପୁରସ୍କାର।

 

୧୯-ଫ୍ଲୋରିଡାରୁ ଫାଲକନ୍‌-୯ର ସଫଳ ଲଞ୍ଚ୍; ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’।

 

୨୦-ଭାରତ -ବାଂଲାଦେଶ ୨ୟ T20 ଆଜି, ସଂଧ୍ୟା ୭ରୁ ଜିଓ ସିନେମାରେ ହେବ ପ୍ରସାରଣ।

 

୨୧-ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇବେ ଜନ୍ ଜେ ହପଫିଲଡ ଓ ଜେଫ୍ରି ଇ. ହିଣ୍ଟନ।

 

*🙏 ସୁପ୍ରଭାତ 🙏*