September 29, 2024

ବୁଗୁଡ଼ାରେ ଦୂର୍ଗାପୂଜା ଓ କାଳୀପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

Share

ବୁଗୁଡ଼ାରେ ଦୂର୍ଗାପୂଜା ଓ କାଳୀପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ବୁଗୁଡ଼ା : ତା ୦୯/୧୦/୨୩ : ସ୍ଥାନୀୟ ବ୍ଯବସାୟୀ ପୂଜା କମିଟି ପକ୍ଷରୁ ଆଗାମୀ ଦୁର୍ଗା ପୂଜା ଓ କାଳୀ ପୂଜା ଉପଲକ୍ଷେ ଆଜି ମଦନ ମୋହନ ଛକସ୍ଥିତ ପୂଜା ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୂଜା କମିଟିର ସଦସ୍ୟଗଣ ବାଦ୍ଯ ବାଜଣା ସହ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ୍ଯ ଭ୍ରମଣ ପୂର୍ବକ ମା’ଙ୍କ ପୂଜା ମଣ୍ଡପସ୍ଥଳରେ ଶୁଭଖୁଣ୍ଟିକୁ ସ୍ଥାପନ କରିଥିଲେ । ଉକ୍ତ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମରେ ପୁରୋହିତ ଭାବେ ଶିବ ପ୍ରସାଦ ଦାଶ ଓ ସଂଗ୍ରାମ ନନ୍ଦ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ଅଭିମନ୍ୟୁ ସାହୁ ଦାୟିତ୍ବ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଭାପତି ଚିତ୍ରସେନ ପ୍ରଧାନ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ଦାଶ , ଶଙ୍କର ସାହୁ , ଲିଟୁ ସାହୁ , ବସନ୍ତ ସ୍ବାଇଁ , ଟୁକୁନା ସାହୁ , ରୁନା ସାହୁ , ଟୁନା ରେଡି , ଦଣ୍ଡପାଣି ସାହୁ, ସନ୍ଯାସୀ ସାହୁ ଓ ମଣ୍ଟୁ ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।