June 29, 2024

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

Share

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ
ବୁଗୁଡା : ତା ୦୯/୧୦/୨୩ : ସ୍ଥାନୀୟ ସରକାରୀ ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା କିରଣ ବାଳା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ କେ.ରାଜ କୁମାରୀ ଦୋରା ଉଦଘାଟନ କରିଥିଲା ବେଳେ ଏଥିରେ ଏନ୍ଏସି କ୍ଲଷ୍ଟର ଅନ୍ତର୍ଗତ ୧୧ଟି ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ , ଚିତ୍ରାଙ୍କନ , ଚିତ୍ରକଳା , ଶିଳ୍ପକଳା , ବକ୍ତୃତା , ବିତର୍କ , କୁଟପ୍ରଶ୍ନ, ନୃତ୍ୟ , ସଙ୍ଗୀତ ଓ ମିଲେଟ୍ ମିଶନ ଆଦି ବିଷୟରେ ପ୍ରତିଯୋଗିତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏବିଇଓ ଅମିତା କୁମାରୀ ପାଢୀ ଯୋଗ ଦେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ହରପ୍ରିୟା ଦାଶ ଓ ନମିତା ପାତ୍ରଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ସେହିପରି ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ଅନ୍ଯ ୧୦ଟି କ୍ଲଷ୍ଟରରେ ମଧ୍ୟ ଅନୁରୂପ ଭାବେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।