March 10, 2026

ଗଜପତି:- ଜନଜାତି ପ୍ରାର୍ଥୀଙ୍କୁ ତାଲିମ ଦେବା ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ଉଦଘାଟିତ

IMG-20250809-WA0180
Share

 

———————————————

ଗଜପତି ଜିଲ୍ଲା ମୋହନା କାଳିଆ ପଟା ସ୍ଥିତ ଏସଡିଇସି: ଠାରେ ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖୁଚୁରା ବିକ୍ରୟ ସହାୟକ ଚାକିରୀ ଭୂମିକା ପାଇଁ ଜନଜାତି ପ୍ରାର୍ଥୀଙ୍କୁ ତାଲିମ ଦେବା ପାଇଁ ଏକ ସ୍ବତନ୍ତ୍ର ପ୍ରକଳ୍ପ ଉଦଘାଟିତ ହୋଇଯାଇଛି ।

ଏହି ସ୍ୱତନ୍ତ୍ର ପ୍ରକଳ୍ପକୁ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ୬୦ ଜଣ ଜନଜାତି ପ୍ରାର୍ଥୀଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ତାଲିମ ମୋହନା ସ୍ଥିତ ଏସଡିଇସି: ଠାରେ ଆରମ୍ଭ କରାଯିବ।

ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ଜିଲ୍ଲା କର୍ମ ନିୟୋଜନ (ନିଯୁକ୍ତି) ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ , ମୋହନା ବନ ରେଞ୍ଜର ଏବଂ ଏସଡିଇସି: ତାଲିମ କେନ୍ଦ୍ର ଅଧିକାରୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ସମସ୍ତଙ୍କୁ ପ୍ରକଳ୍ପ ତାଲିମ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ବିଭିନ୍ନ ଉପାଦେୟ ବିଷୟରେ କହିଥିଲେ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମ ସମୟରେ ୩୦ ଜଣ ଜନଜାତି ପ୍ରାର୍ଥୀଙ୍କ ସମେତ ସେମାନଙ୍କ ପିତାମାତା , ଚନ୍ଦ୍ରଗିରି ସ୍ଥିତ ସଉରା ଉନ୍ନୟନ ସଂସ୍ଥାର ଅବସରପ୍ରାପ୍ତ ଡିଏସଡିଇଓ: , ମୋହନାର ବନ ରେଞ୍ଜର ଏବଂ ପିଆରଆଇ: ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ଏ ସମ୍ପର୍କରେ ଅଧିକ ବିବରଣୀ ଜାଣିବା ପାଇଁ ପ୍ରାର୍ଥୀ ମାନେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମ ନିୟୋଜନ(ନିଯୁକ୍ତି) କାର୍ଯ୍ୟାଳୟ ସହିତ ମୋବାଇଲ ଫୋନ୍ ନଂ:-୯୮୨୭୯୪୬୮୮୪ ସହିତ ରେ ଯୋଗାଯୋଗ କରି ପାରିବେ ବୋଲି କୁହାଯାଇଛି ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–