August 26, 2026

ଗଣଶିକ୍ଷା ମନ୍ତ୍ରୀ ଙ୍କ ବୁର୍ଜା ଓ ଇନ୍ଦିରା କଲୋନୀ ସ୍କୁଲ କୁ ଅଚାନକ ପରିଦର୍ଶନ………….

Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଗଣଶିକ୍ଷା ମନ୍ତ୍ରୀ ନିତ୍ୟ। ନନ୍ଦ ଗଣ୍ଡ ରାଇଘର ଗସ୍ତ ସମୟ ରେ ଆଜି ଅପରାହ୍ନ ୩ ଟା ସମୟ ରେ ବାଟ ରେ ପଡୁ ଥିବା ବୁର୍ଜା ଓ ଇନ୍ଦିରା କଲୋନୀ ଠାରେ ଥିବା ପ୍ରାଥମିକ ସ୍କୁଲ କୁ ଅଚାନକ ଗସ୍ତ କରିଥିଲେ। ପ୍ରଥମେ ସେ ବୁର୍ଜା ସ୍ଥିତ ସ୍କୁଲ କୁ ପ୍ରବେଶ କରି ଥିଲେ। ଏହି ସମୟ ରେ ମିଟିଂ ରେ ଯୋଗ ଦାନ କରିବା ପାଇଁ ଯାଇଥିବା ବିଇଓ ବିକାଶ ଚନ୍ଦ୍ର ସରକାର ମଧ୍ଯ ଉପସ୍ଥିତ ଥିଲେ। ମନ୍ତ୍ରୀ ସିଧା ଯାଇ ପ୍ରଥମେ ଷଷ୍ଠ ଓ ପରେ ଅଷ୍ଟମ ଶ୍ରେଣୀ ଭିତର କୁ ଯାଇ ପାଠ ପଡ। ଶିକ୍ଷକ ଙ୍କୁ ବାହାର କୁ ଯିବା କୁ କହି ଭିତର ଆଡୁ କବାଟ ବନ୍ଧ କରି ଦେଇ ଥିଲେ। ପିଲା ଙ୍କୁ ପାଠ ପଡ଼। ହେଉଛି କି ନାହିଁ ମଧ୍ୟାହ୍ନ ଭୋଜନ ଠିକ ଭାବେ ଦିଆ ଯାଉଛି କି ନାହି ବୋଲି ପଚାରି ବୁଝି ଥିଲେ ଓ ପିଲାଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରି ଥିଲେ। ମନ୍ତ୍ରୀ ଙ୍କୁ ଦେଖିକି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ପିଲାମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବୁର୍ଜା ବିଦ୍ୟାଳୟ ର ହଷ୍ଟେଲ ଗୃହ ଗୁଡିକ ବୁଲି ଦେଖିବା ସହ ବର୍ଷା ରେ ପିଲାଙ୍କ କିଛି ସମସ୍ୟା ହେଉଛି କି ନାହିଁ ପଚାରି ବୁଝି ଥିଲେ। ଡ୍ରପ ଆଉଟ ସଂଖ୍ୟା କମାଇବା ସହ ପ୍ରତିଦିନ ପିଲାମାନେ ଯେପରି ବିଦ୍ୟାଳୟ କୁ ଆସିବେ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଧାନ ଶିକ୍ଷକ ହିମାଂଶୁ ଅଚାରୀ ଙ୍କୁ ନିର୍ଦେଶ ଦେଇଥିଲେ। ଏହି ସମୟ ରେ ସବୁ ଶିକ୍ଷକ ମାନେ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ନିକଟସ୍ଥ ଇନ୍ଦିରା କଲୋନୀ ପ୍ରାଥମିକ ସ୍କୁଲ କୁ ପରିଦର୍ଶନ କରି ଥିଲେ।

You may have missed