ରେଳ ଓଭରବ୍ରିଜ ପାଇଁ ଡିଆରଏମ ଙ୍କୁ ଦାବୀ..

IMG-20250709-WA0048
Share

ବରଗଡ଼(ସୁରେନ୍ଦ୍ର କଠାର)

ଅତାବିରା ପାହାଡ଼ ଶ୍ରୀଗିଡା

ରାସ୍ତାରେ ଥ‌ିବା ରେଲୱେ ଓଭର ବ୍ରିଜ ନିର୍ମାଣ

କରିବା ପାଇଁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନରୁ ଦାବି କରି

ଆସୁଛନ୍ତି।ଏଠାରେ ଅଣ୍ଡରପାସ ନିର୍ମାଣ

ପାଇଁ ରେଳପଥ ବିଭାଗ ପକ୍ଷରୁ

ସର୍ବେକ୍ଷଣ କରାଯାଇଛି।ଏହା

ଜଣାପଡ଼ିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାସ୍ତାଟି ୧୨ କି.ମି.ପାହାଡ଼ ଶ୍ରୀଗିଡ଼ା ପର୍ଯ୍ୟନ୍ତ ଲମ୍ବିବା ସହିତ ପର୍ଯ୍ୟଟକ ମାନେ ହୀରାକୁଦ ନଦୀବନ୍ଧ ସହିତ ବଣଭୋଜି କରିବାକୁ ଯାଇଥାନ୍ତି।ଏହି ରାସ୍ତାରେ ପ୍ରତ୍ୟହ ଶହ

ଶହ ଗାଡ଼ି ମଟର ଯିବା ଆସିବା କରୁଛି।ବିଜେପିର ଏକ ପ୍ରତିନିଧୂ ଦଳ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛନ୍ତି। ଏଥ‌ିରେ ଓଭରବ୍ରିଜ ନିର୍ମାଣ

ପାଇଁ ଦାବି ଅଛି।ସାଂସଦଙ୍କ ପ୍ରସ୍ତାବ କ୍ରମେ ଉକ୍ତ ପ୍ରତିନିଧି ଦଳ ସମ୍ବଲପୁର ଡିଆରଏମ ସୁବାସ ଚନ୍ଦ୍ର ଚୌଧୁରୀଙ୍କୁ ସାକ୍ଷାତ କରି

ରେଳୱେ ଗେଟରେ ଅଣ୍ଡରପାସ

ପରିବର୍ତ୍ତେ ଓଭରବ୍ରିଜ ନିର୍ମାଣ ପାଇଁ

ଦାବିପତ୍ର ଦେଇଛନ୍ତି।ବିଜେପି ଜିଲ୍ଲା

ସାଧାରଣ ସମ୍ପାଦକ କୁଶ କୁମ୍ଭାର, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ମିଳନ ସେଠ,ପୂର୍ବତନ ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ନାୟକ,

ରାଜସ୍ବିନୀ ନାଏକ ଓ ଜନକରାମ ଦାଶ ପ୍ରମୁଖ ଡିଆରଏମଙ୍କୁ ଭେଟିଥିଲେ।