October 16, 2026

ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ 

IMG-20240709-WA0027
Share

 

 

ପାରଳାଖେମୁଣ୍ଡି:୯/୭(ଗରୁଡ଼ ଧ୍ୱଜ ଚୌଧୁରୀ) ଆକାଂକ୍ଷା ମହିଳା

ସଙ୍ଗଠନ ତରଫରୁ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମ ର ପ୍ରତ୍ୟେକ ମହିଳା ଙ୍କୁ ସଚେତନ କରିବା ପାଇଁ ସଭା ଓ ରାଲିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ମାଆ ପାଇଁ ଗଛଟିଏ। ସରକାର ଙ୍କ ର ଏହି ସ୍ବାଗତ ଯୋଗ୍ୟ ପଦକ୍ଷେପ କୁ ସ୍ଵାଗତ ଜଣାଇ ସମସ୍ତ ଙ୍କୁ ଗୋଟିଏ ଗୋଟିଏ ଉପହାର ସ୍ୱରୂପ ଗଛ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ବୃନ୍ଦ ସପଥ ନେଇଥିଲେ ଯେ ନେଇଥିବା ଗଛଟିକୁ ଯତ୍ନ ର ସହିତ ବଢ଼ାଇ ବେ ଓ ତାହାର ସୁରକ୍ଷା କରିବେ। ଏହି କାର୍ଯ୍ୟକ୍ରମ ରେ ଗଛ ଗୁଡ଼ିକ ସଠିକ୍ ଭାବରେ ବଢ଼ିଛି କି ନାହଁ ତାହାର ତଦାରଖ କରିବାପାଇଁ ଗ୍ରାମର କେତେ ଜଣ ମୁଖିଆ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ମହିଳା ସଙ୍ଗଠନ ମଧ୍ୟ ଏହି କାର୍ଯ୍ୟକ୍ରମ ରେ

ସେମାନଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଗ୍ରାମରେ ଥିବା ପଡିଆ ସ୍ଥାନରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ କାରି ହୋଇଥିଲା। ସଙ୍ଗଠନ ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ, ଶ୍ରୀମତୀ ଭାଗ୍ୟ ଲକ୍ଷ୍ମୀ ନାୟକ, ଶ୍ରୀମତୀ ଅନୀତା ମିଶ୍ର, ସଭ୍ୟା ସ୍ଵାଗତୀକା ଦାସ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

You may have missed