ପଡିଆବାହାଲ ଜାତୀୟ ରାଜପଥ ପାର୍ଶ୍ୱ ନାଳ ସଂପୂର୍ଣ୍ଣ କରିବା ସହ ଫ୍ଲାଇଓଭର ପାଇଁ ଏନଏଚଏଆଇକୁ ଦାବି ପତ୍ର

IMG-20240709-WA0025
Share

ସମ୍ବଲପୁର:ତା.୦୯।୦୭:ସମ୍ବଲପୁର କଲିକତା ଜାତୀୟ ରାଜପଥର ପଡିଆବାହାଲ ଉଭୟ ପାର୍ଶ୍ୱ ନାଳ କାମ ତୁରନ୍ତ ଶେଷ କରିବା ସହିତ ପଡିଆବାହାଲ ବଜାର ଉପରେ ଫ୍ଲାଇଓଭର ରାସ୍ତା ନିର୍ମାଣ ପାଇଁ ପଡିଆବାହାଲ ନାଗରୀକ ମାନଙ୍କ ପକ୍ଷରୁ ଏନଏଚଏଆଇ ପିଡିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

 

ଦିନକୁ ଦିନ ପଡିଆବାହାଲ ଜନ ଗହଳିରେ ପରିପୂର୍ଣ୍ଣ ହେଉଥିବା ବେଳେ ଜାତୀୟ ରାଜପଥ ଲୋକଙ୍କ ପାଇଁ ବିପଦର କାରଣ ସାଜିଛି।ପଡିଆବାହାଲ ଛକ ଠାରୁ ବଡତୁରାଙ୍ଗ ଓ କଦଲୀମୁଣ୍ଡା ରାସ୍ତା ଉପରେ ସର୍ବାଧିକ ଲୋକ ଭରସା କରୁଥିବା ବେଳେ ଏହି ରାସ୍ତାକୁ ନେଇ ସମସ୍ୟା ଉପୁଜିଛି।ଏହି ରାସ୍ତାରେ ସ୍କୁଲ,କଲେଜ,ବ୍ୟାଙ୍କ,ପୋଷ୍ଟ ଅଫିସ,ବନ ବିଭାଗ ଭଳି ବହୁ ଅନୁଷ୍ଠାନରେ ଲୋକ ନିର୍ଭର କରୁଥିବା ବେଳେ ଉଭୟ ପାର୍ଶ୍ୱ ରାସ୍ତା ୨ ଟି ଭିନ୍ନ ଦିଗ ମୁଣ୍ଢେନପାଲି ,ମୁରା,ପରମାଣପୁର ଏପରିକି ଫାସିମାଲକୁ ସ୍ପର୍ଶ କରୁଥିବା ବେଳେ ଅନ୍ୟ ରାସ୍ତାଟି ଡଙ୍ଗରପଡା,,ଛାମୁଣ୍ଡା, ଯୁଯୋମୁରା କୁ ଲମ୍ବିଛି।ଅନ୍ୟପଟେ ମେଘପାଳ, କିସିଣ୍ଡା ଦେଇ ନାକଟିଦେଉଲ ଓ ରେଢାଖୋଲ କୁ ଯାଇଥିବାରୁ ଏହି ରାସ୍ତାଟି ସବୁବେଳେ ଜନଗହଳି ପୂର୍ଣ୍ଣ ରହୁଛି।ଏହି ଛକଟି କ୍ଷଣ କ୍ଷଣକେ ବିପଦ ପୁର୍ଣ୍ଣ ଥିବାରୁ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗକୁ ଆଧାର କରି ଏକ ପ୍ରତିନିଧି ଦଳ ଏନଏଚଏଆଇ ପିଡିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଏହି ସ୍ମାରକ ପତ୍ରରେ ଖଲିଆପାଲି ଛକ ଠାରୁ ପଧାନପାଲି ଶିବ ମନ୍ଦିର ଯାଏ ଏକ ଫ୍ଲାଇଓଭର କରାଯିବାକୁ ଅନୁରୋଧ କରାଯାଇଥିବା ବେଳେ ଜାତୀୟ ରାଜପଥ ନିର୍ମାଣ ପରେ ଉଭୟ ପାର୍ଶ୍ୱର ନାଳ କାମ ସଂପୂର୍ଣ୍ଣ ହୋଇନଥିବାରୁ ଏହା ବର୍ଷା ଯୋଗୁଁ ଲୋକଙ୍କ ପାଇଁ କାଳ ସାଜିଛି।ଅସଂପୁର୍ଣ୍ଣ ନାଳ ଯୋଗୁଁ ବଜାର ରେ ପାଣି ଜମି ରହୁଥିବା ଯୋଗୁଁ ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି କରି ମଶା ମାଛିଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି।ଫଳରେ ହଇଜା,ମ୍ୟାଲେରିଆ ଓ ଡେଙ୍ଗୁର ଭୟ ଥିବାରୁ ଏହାର ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ୱରୁପ ବର୍ଷା ପୁର୍ବରୁ ନାଳ କାମ ସଂପୂର୍ଣ୍ଣ କରିବାକୁ ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି।ଏପରିକି ଏହି ଉଭୟ ସମସ୍ୟା ନେଇ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଏକ ପ୍ରତିନିଧି ଦଳ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଆକର୍ଷଣ କରିଛନ୍ତି।