May 10, 2025

ବାଲେଶ୍ୱରରେ ରାଜମିସ୍ତ୍ରୀ ନିର୍ମାଣ ସଙ୍ଘ ପକ୍ଷରୁ ମଇ ଦିବସ ପାଳିତ

Share

 

 

ବାଲେଶ୍ଵର: କେନ୍ଦ୍ର ସରକାର ଶିଳ୍ପପତି ମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ଦେଢ଼ ବର୍ଷ ତଳେ ଶ୍ରମ ଆଇନ ରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି।ଯାହା ଦେଶ ର ୮୦ କୋଟି ଶ୍ରମିକ ଙ୍କ ମୌଳିକ ଅଧିକାର କୁ କ୍ଷୁର୍ଣ୍ଣ କରିଛି। ଏହା ବିରୋଧ ରେ ଶ୍ରମିକ ସମାଜ ଏକଜୁଟ ହୋଇ ଆନ୍ଦୋଳନ କରିବାର ଆବଶ୍ୟକତା ରହିଛି। ଗୁରୁବାର ମଇ ଦିବସ ଅବସର ରେ ବାଲେଶ୍ଵରର ରାଜ ମିସ୍ତ୍ରୀ ଓ ନିର୍ମାଣ ସଙ୍ଘ ପକ୍ଷରୁ ଆୟୋଜିତ ବିଶ୍ୱ ଶ୍ରମିକ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ଟ୍ରେଡ୍ ୟୁନିୟନ ନେତା ପ୍ରଫୁଲ୍ଲ ସାମଲ ଏ କଥା ଉଲ୍ଲେଖ କରିଛନ୍ତି। ଏକଦା ଅବିଭକ୍ତ ବାଲେଶ୍ଵର ରେ ଶ୍ରମିକ ନେତା ସ୍ବର୍ଗତ ଅରୁଣ ଦେ ‘ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଶ୍ରମିକ ମାନଙ୍କୁ ଏକ ଜୁଟ କରି ଜିଲ୍ଲା ପ୍ରଶାସନ ଓ ସରକାର ଙ୍କୁ ଦୋହଲାଇ ଦେଉଥିଲେ। ତାଙ୍କର ଅବର୍ତ୍ତମାନ ରେ ବାଲେଶ୍ଵରରେ ଶ୍ରମିକ ଙ୍କ ଅନେକ ସମସ୍ୟା ଥିଲେ ମଧ୍ୟ ପ୍ରତିବାଦ ର ସ୍ୱର ଶାଣିତ ହୋଇପାରୁ ନାହିଁ। ଗୋଟିଏ ଶିଳ୍ପ ଗୋଟିଏ ଶ୍ରମିକ ସଂଗଠନ ବ୍ୟବସ୍ଥା ରହିଲେ କାରଖାନା ମାଲିକ ନ୍ୟାର୍ଯ୍ୟ ଦାବି ପୂରଣ କରିବାକୁ ବାଧ୍ୟ ହେବେ। ମାତ୍ର ଗୋଟିଏ ଶିଳ୍ପରେ ଦଶ ଟି ଶ୍ରମିକ ୟୁନିୟନ ରହିଲେ କାରଖାନା ମାଲିକ ମାନେ ନିଜ ସ୍ୱାର୍ଥ ହାସଲ କରିବେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ କହିଥିଲେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକ ମାନଙ୍କ ଦାବି ଓ ମୂଲ୍ୟ ବୃଦ୍ଧି କୁ ଆଖି ଆଗରେ ରଖି ଗୋଟିଏ ଦିନ ରେ ଶ୍ରମିକ ମାନଙ୍କ ମଜୁରୀରେ ୧୧୦ଟଙ୍କା ବୃଦ୍ଧି କରି ଥିଲେ। କୌଣସି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇ ପାରି ନାହାନ୍ତି। ସ୍ବର୍ଗତ ଅରୁଣ ଦେ ‘ଙ୍କ ଶ୍ରମିକ ଆନ୍ଦୋଳନ କୁ ଶ୍ରୀ ଦାସ ସ୍ମରଣ କରି ତାଙ୍କ ଭଳି ଜଣେ ଶ୍ରମିକ ନେତା ମିଳିବା କଷ୍ଟକର ବୋଲି କହିଥିଲେ। ସଂଘ ର ସଭାପତି ରଞ୍ଜନ ବାଗ ଙ୍କ ପୌରହିତ୍ୟ ରେ ଆୟୋଜିତ ସଭାରେ ସମ୍ପାଦକ ଅଶୋକ କୁମାର ବେରା ଶ୍ରମିକ ମାନଙ୍କ ଦାବି, ସମସ୍ୟା ଏବଂ ସଂଘ ର ଆଗାମୀ ଦିନ ର କାର୍ଯ୍ୟ ପନ୍ଥା ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରେଡ୍ ୟୁନିଅନ ନେତା, ତଥା ସଙ୍ଘ ର ବରିଷ୍ଠ ପରାମର୍ଶଦାତା ବିଷ୍ଣୁ ପ୍ରସାଦ ମହାନ୍ତି, ପୌରପାଳିକା ର ଭାଇସ ଚେୟାରମ୍ୟାନ କୈଳାସ ସେଠୀ,ପୂର୍ବତନ ଭାଇସ ଚେୟାର ମ୍ୟାନ ମନୋଜ କୁମାର ରାଉତ,ବୈଷୟିକ ପରାମର୍ଶଦାତା ଗୌରୀ ଶଙ୍କର ଜେନା, ଇଂଜିନିୟର ଚିରାଗ ରଣା, ଛାତ୍ର ନେତା ବିଭୁଦତ୍ତ ପରିଡା,ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର,ତପନ ପରମାଣିକ ପ୍ରମୁଖ ଉଦବୋଧନ ଦେଇ ଶ୍ରମିକ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ। ସଭା ପ୍ରାରମ୍ଭ ରେ ସଙ୍ଘ ର ଭୂତ ପୂର୍ବ ସଭାପତି ସ୍ୱର୍ଗତ ଅରୁଣ ଦେ ‘, ବୈଷୟିକ ପରାମର୍ଶ ଦାତା ସ୍ବର୍ଗତ ଗୋପୀନାଥ ରଣା ଏବଂ ଭୁତପୂର୍ବ ସମ୍ପାଦକ ମାଧବାନନ୍ଦ ବେହେରା ଙ୍କ ଅମର ଆତ୍ମା ପ୍ରତି ସମ୍ମାନ ଜଣାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପୂର୍ବାହ୍ନ ୧୦ ଟା ରେ ଷ୍ଟେସନ କ୍ଲବ ରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଓଟି ରୋଡ଼ ଦେଇ ସହର ପରିକ୍ରମା କରିଥିଲା। ଦୁଇହଜାର ରାଜ ମିସ୍ତ୍ରୀ ଓ ନିର୍ମାଣ ଶ୍ରମିକ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।