April 24, 2026

ଭାଇଶଳା ମୋତେ ଭଲପାଇ ବାହାହୋଇ ଗର୍ଭନଷ୍ଟ କଲା, ଏବେ ଗ୍ରହଣ କରୁନି ମୋତେ ..

IMG-20250509-WA0027
Share

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଧରଣୀକୁଦି ଗ୍ରାମପଞ୍ଚାୟତ ଖେତାଣ୍ଡି ଗ୍ରାମର ପିତା ସ୍ବର୍ଗତ ସାଗର ସାହୁ, ମାତା ପ୍ରମିଳା ସାହୁଙ୍କ କନ୍ୟା ସୌଭାଗିନୀ ସାହୁଙ୍କ କହିବାନୁସାରେ ତାଙ୍କ ଭାଇର ଶଳା କୃଷ୍ଣପ୍ରସାଦ ବ୍ଲକ ରାମେଶ୍ୱର ପାଇକସାହିର ବାବାଜୀ ଦଳେଇଙ୍କ ସାନପୁଅ ବିଭୂପ୍ରସାଦ ଦଳେଇ ତାଙ୍କୁ ଭଲପାଇ ବିବାହ କରି ତିନିତିନୋଟି ଗର୍ଭ ନଷ୍ଟକରି ତାଙ୍କୁ ଛାଡି ଦେଇଥିଲେ l ୨୦୧୯ମସିହାରେ ସୌଭାଗିନୀ ବ୍ରହ୍ମଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଥାନା ପକ୍ଷରୁ ସୌଭାଗିନୀ ର ଡାକ୍ତରୀମାଇନା ନକରି ଭଦ୍ରଲୋକିଙ୍କ କଥାରେ ବିଭୁପ୍ରସାଦ ନିୟମ କରି କହିଲେ ଯେ ସୌଭାଗିନୀ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ l ଆଜକୁ ଛଅବର୍ଷ ହେବ ସୌଭାଗିନୀ ନିଜ ମାଙ୍କ ସହିତ ନିଜଗ୍ରାମ ଖେତାଣ୍ଡିରେ ରହୁଛନ୍ତି l ସୌଭାଗିନୀ ର ଦୁଃଖ ସହିନପାରି ରାଜ୍ୟ ମାନବାଧିକାର ର ଅଧକ୍ଷା ସ୍ୱୟଂପ୍ରଭା ସାହୁ, ସମ୍ପାଦିକା ଅସୀମା ପଟ୍ଟନାୟକ, ଉପସଭାପତି ଇମନ ମହାନ୍ତି ପ୍ରମୁଖ ପାଇକସାହି ବିଭୁପ୍ରସାଦ ଘରକୁ ଯାଇ ଆଲୋଚନା କରିବା ସହିତ ବ୍ରହ୍ମଗିରି ଥାନାରେ ସୌଭାଗିନୀ ର ପୁରୁଣା କେଶକୁ ପୁନର୍ବାର ତଦନ୍ତ କରିବାପାଇଁ ବ୍ରହ୍ମଗିରି ଥାନାରେ ଦରଖାସ୍ତ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ