September 29, 2024

ବୁଗୁଡ଼ା ବଡଦାଣ୍ଡରେ ମୂଳ ଉପୁଡି ଢଳି ରହିଛି ଗଛ , ଦେଖା ଦେଇଛି ବିପଦ ଆଶଙ୍କା , ପ୍ରତିକାର ଦାବି

Share

ବୁଗୁଡ଼ା : ତା ୦୯/୦୪/୨୪ : ଗତ ସପ୍ତାହର କାଳବୈଶାଖି ତାଣ୍ଡବରେ ବୁଗୁଡା ବଡଦାଣ୍ଡସ୍ଥିତ ବଳଦେବ ମନ୍ଦିର ନିକଟ ରାସ୍ତା କଡରେ ଥିବା ଏକ ବଡ କଦମ୍ବ ଗଛର ମୂଳ ଉପୁଡି ଯାଇଥିବାରୁ ତାହା ଗୋଟିଏ ପଟକୁ ଢଳି ରହିଛି । ସାମାନ୍ୟ ପବନ ହେଲେ ତାହା ଦୋହଲି ଉଠି ସାଧାରଣରେ ଭୟର ବାତାବରଣ ସୃଷ୍ଟି କରୁଛି । ବିପଦଜ୍ଜନକ ଅବସ୍ଥାରେ ଢଳି ରହିଥିବା ସେହି ଗଛର ଅତି ନିକଟରେ ଘରଗୁଡ଼ିକୁ ସଂଯୋଗ ହୋଇଥିବା ଅନେକ ବିଦ୍ଯୁତ୍ ତାର ରହିଛି । ଯଦି କୌଣସି କାରଣରୁ ଗଛଟି ସମ୍ପୂର୍ଣ୍ଣ ପଡିଯାଏ ତେବେ ଆଖପାଖରେ ଥିବା ଘରଗୁଡ଼ିକ କ୍ଷତିଗ୍ରସ୍ତ ହେବା ସାଙ୍ଗକୁ ବିଦ୍ଯୁତ୍ ତାରଗୁଡିକ ଛିଣ୍ଡି ଜନ ଜୀବନ ପ୍ରତି ବିପଦ ଆଣିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ପ୍ରତିକାର ପାଇଁ ଦାବି ହୋଇଆସୁଥିଲେ ହେଁ ଏନ୍ଏସି ପ୍ରଶାସନ କିମ୍ବା ବିଦ୍ଯୁତ୍ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଏଣୁ , କୌଣସି ଦୁଃଖଦ ଘଟଣା ଘଟିବା ପୂର୍ବରୁ ଆଉ କାଳ ବିଳମ୍ବ ନ କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ଅତି ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।