June 16, 2026
WhatsApp Image 2024-05-09 at 8.02.09 PM
Share

ବୁଗୁଡା ୯/୫/୨୪ ବୁଗୁଡା ଭାଜପାର ଦଳୀୟ କାର୍ଯ୍ୟାଳୟରେ ଭାଜପାର ଏକ  ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି।ବୁଗୁଡା ବ୍ଳକ ଅନ୍ତର୍ଗତ ଖୋଳଖାଳି ଗ୍ରାମର ବହୁ ଯୁବକ ବିଜେଡି ଦଳ ପରିତ୍ୟାଗ କରି ଦଳିୟ କାର୍ଯ୍ୟାଳୟରେ ଦେଶର ଯଶସ୍ପୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଜପାରେ ସାମିଲ ହୋଇ ଥିବା ବେଳେ ଏହି ବ୍ଳକ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ଶତାଧିକ ଯୁବକ ବିଜେଡି ଛାଡି ପ୍ରଶାନ୍ତ କୁମାର ସେଠୀଙ୍କ ନେତୃତ୍ବରେ ଭାଜପାରେ ସାମିଲ ହୋଇଥିବାର ଜଣାଯାଇଛି । ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀର ଭାଜପାର ବିଧାୟକ ପ୍ରାର୍ଥା ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମଣ୍ଡଳ ଭାଜପା ସଭାପତି ଭଗବାନ ଜେନା,ରବିନ୍ଦ୍ର କୁମାର ପରିଡା, ଆରତୀ ଦେବୀ, ମହେନ୍ଦ୍ର ପ୍ରସାଦ ପଣ୍ଡା,ବବୁଲ ନାୟକ, ସୁନୀଲ କୁମାର ପାଢୀ, କେଦାର ନାଥ ମହାରଣା, କୃଷ୍ଣ ଚନ୍ଦ୍ର ମହାପାତ୍ର, ବାବୁଲା ନାୟକ ଓ ଅନ୍ଯ ମାନେ ଉପସ୍ଥିତ ଥିଲେ।ଭାଜପାରେ ଯୋଗ ଦେଇ ଥିବା ଯୁବକଙ୍କୁ ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ଉତ୍ତରୀୟ ଓ ଟୋପି ପ୍ରଦାନ ପୂର୍ବକ  ସ୍ଵାଗତ କରିଥିଲେ।

You may have missed