April 24, 2026

ପାରଳାଖେମୁଣ୍ଡି ଠାରେ ବିଜୁ ଶ୍ରମିକ ସାମୁଖ୍ୟ ନେତାଙ୍କ ସାମ୍ବାଦିକ ସମ୍ମିଳନୀ

WhatsApp Image 2024-05-09 at 7.03.17 PM
Share

ପାରଳାଖେମୁଣ୍ଡି:୮/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକ କାଳିନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧି କରି ଇତିହାସ ରଚିଛନ୍ତି ବୋଲି ଆଜି ସ୍ଥାନୀୟ ହାଇଟେକ ପ୍ଲାଜା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ସମ୍ପାଦକ ରାଜେନ୍ଦ୍ର କୁମାର ଦାଶ।ଏହା ସହ ସୂଚନା ଦେଇ କହିଛନ୍ତି ଦୈନିକ ମଜୁରୀ ଓଡ଼ିଶାରେ ୩୪୬ ଟଙ୍କା କୁ ୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି, ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ, ଅର୍ଦ୍ଧସରକାରୀ ଓ ଶିଳ୍ପ ସଂସ୍ତା,ଘରୋଇ କାର୍ଯ୍ୟ ଏବଂ ସବୁ ସ୍ତରରେ ପ୍ରାୟ ଏକ କୋଟି ଶ୍ରମିକ ଏହି ମଜୁରୀ ବୃଦ୍ଧିରେ ଉପକୃତ ହେବେ, ବିଶେଷ କରି ମୁକ୍ତିପାଲଟି ରେ କାର୍ଯ୍ୟରତ ଶ୍ରମିକ, ବିଦୂତ ବିଭାଗରେ କାର୍ଯ୍ୟରତ ଶ୍ରମିକ, ପରିବହନ ବିଭାଗରେ କାର୍ଯ୍ୟରତ ଶ୍ରମିକ, ବିଭିର୍ଣ୍ଣ କମ୍ପାନୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ଏହା ଦ୍ବାରା ଉପକୃତ ହେବେ, ମୁଖ୍ୟମନ୍ତ୍ରୀ ଙ୍କ ” ନୂଆ ଓଡିଶା ରାଜ୍ୟ ତମାମ ରୂପାନ୍ତରୀକରଣ, ଶିଳ୍ପ ବିକାଶ ଧାରାରେ ଶ୍ରମିକ ମାନଙ୍କର ଭୂମିକା ସବୁଠାରୁ ପ୍ରଶଂସନୀୟ ସେମାଙ୍କୁର ମଜୁରୀ ଓ ସାମାଜିକ ସୁରକ୍ଷା ଯୋଗାଇବା ସବୁଠାରୁ ଗୁରୁତ୍ବପୂର୍ଣ ପ୍ରସଙ୍ଗ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା “ମା” ମାନଙ୍କ ପାଇଁ ଏକ ସମ୍ପୂଣ୍ଠି ପରିବାର ପାଇଁ ୫ ଲକ୍ଷ ଟଙ୍କା, ଶ୍ରମିକ ଶ୍ରେଣୀର ଲୋକଙ୍କୁ ପାଇଁ ଏକ ବଡ଼ ସୁରକ୍ଷା ପ୍ରଦାନ କରିପାରିଛି ।ଶ୍ରମିକ କଲ୍ୟାଣ ଯୋଜନାରେ ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୨ଲକ୍ଷ ୪୮ ହଜାର ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ସେମାନଙ୍କୁ ବିଭିନ୍ନଯୋଜନାରେ ୩ ହଜାର ୫୨୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇପାରିଛି। ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ସବୁ ସ୍ତରରେ ଶ୍ରମିକ ଏପରିକ ଡୋମେସ୍ଟିକ ଶ୍ରମିକ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଅଛି। ଓଡ଼ିଶାରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ସବୁ ପ୍ରକାର ଚାଳକ ଓ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ସ୍ବତନ୍ତ୍ର କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ବିଭିର୍ଣ୍ଣ ସୁବିଧା ସୁଯୋଗ ପ୍ରଦାନ କରାଯାଇପାରୁଅଛି।
କାର୍ଯ୍ୟରତ ଶ୍ରମିକ ଦୈନିକ ମଜୁରୀ ବୃଦ୍ଧିର ବଡ ସହାୟତା ପାଇପାରିବେ, ଏହା ଛଡା ଅଟୋ ଚାଳାଳ, ଫୋଟୋଗ୍ରାଫର, ଘରୋଇ କାର୍ଯ୍ୟରତ ଶ୍ରମିକ, ଅଣସଂଗଠିତ ଶ୍ରମିକ ବୋର୍ଡ଼ରେ ସାମିଲ ହୋଇ ସବୁ ପ୍ରକାର ସହାୟତା ପାଇବାକୁ ହକଦାର ହୋଇପାରିବେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବିଜେଡି ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ, ଶ୍ରମିକ ନେତା ନରସିଂହ ସାହୁ, ସତ୍ୟ ନାରାୟଣ ତ୍ରିପାଠୀ, ହାଇଟେକ ଅଧ୍ୟକ୍ଷ ଡ଼ଃ. ତିରୁପତି ପାଣିଗ୍ରାହୀ ପ୍ରମୁଖ।

You may have missed