April 18, 2025
Share

*ମୃତ୍ୟୁ ପରେ ବି ସେ ଅମର । ଚାଲିଗଲା ପରେ ନିଜ ଅଙ୍ଗଦାନ କରି ୭ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି ଆଶିଷ । ଦୁର୍ଘଟଣାଗ୍ରସ୍ତ ଆଶିଷ ଜୀବନ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରିଗଲେ । ହେଲେ ମୃତ୍ୟୁ ପରେ ବି ସେ ଚିର ଅମର ହୋଇ ରହିଛନ୍ତି । ସୁନାବେଡା ଡିପି କ୍ୟାମ୍ପର ଆଶିଷ କୁମାର ଛୁଆଳ ସିଂ । ବାପା ଓ ମାଆଙ୍କୁ ହରାଇବା ପରେ ଭଉଣୀ ଘରେ ରହୁଥିଲେ । ଆଇଟିଆଇ ଫିଟର୍ ପଢ଼ା ଶେଷ କରିବା ପରେ ‘ହାଲ୍‌ ରେ ଆପ୍ରେଣ୍ଟିସିପ୍ କରୁଥିଲେ । ସୁନାବେଡା ବି ଜୋନ୍ ଗୋଲେଇ ଛକ ନିକଟରେ ଗୋଟିଏ କାର ସହ ଆଶିଷଙ୍କ ବାଇକ୍ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଆଶିଷ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ‘ହାଲ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୫ ତାରିଖ ବିଳମ୍ବିତ ରାତିରେ ଆଶିଷଙ୍କ ମୃତ୍ୟୁ ହୋଇଥିଲା ।*

 

*ପରିବାର ଲୋକ ବହୁ ପ୍ରୟାସ କରିଥିଲେ ବି ଆଶିଷଙ୍କୁ ବଞ୍ଚାଇ ପାରିନଥିଲେ । ହେଲେ ଚେନ୍ନାଇ, ବେଙ୍ଗାଲୁରୁ, ବିଶାଖାପାଟଣା ସମେତ ଅନ୍ୟ ରାଜ୍ୟର ୭ ରୋଗୀଙ୍କୁ ଅଙ୍ଗଦାନ କରିଥିଲେ ଆଶିଷ । ହୃତ୍‌ପିଣ୍ଡ, ବୃକ୍‌କ, ଯକୃତ, ଫୁସ୍‌ଫୁସ୍ ଓ ଅଗ୍ନାଶୟ ଭଳି ଅଙ୍ଗକୁ ବାହାର କରି ୭ ଗୁରୁତର ରୋଗୀଙ୍କୁ ପ୍ରଦାନ କରାଯାଇଥିଲା । ଆଶିଷ ନାହାନ୍ତି ସତ ହେଲେ ପ୍ରତିଟି ଅଙ୍ଗ ତାଙ୍କର ଅନ୍ୟ ୭ ଜଣଙ୍କୁ ଦେଇଛି ନୂଆ ଜୀବନ । ଆଶିଷଙ୍କ ଏହି ମହତ ଦାନ ତାଙ୍କୁ ଚିରସ୍ମରଣୀୟ କରି ରଖିବ*

You may have missed