ଉମରକୋଟ ଠାରେ ମାଁ ଙ୍କ ନବଦିନ ଯାତ୍ରାର ଅନ୍ତିମ ଦିବସ…….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ମାଁ ଜଗତଜନନୀ ଠାକୁରାଣୀ ଙ୍କ ନବଦିନ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଥିବାବେଳେ ମାଁ ଜଗତଜନନୀ ଠାକୁରାଣୀ ଶାଶୁ ଘରୁ ମାଁ ଘରକୁ ନଅ ଦିନ ପାଇଁ ବୁଲିବାକୁ ଆସିଥାନ୍ତି। ସୋମବାର ଆସି ମଙ୍ଗଳବାର ଦିନ ବିଶ୍ରାମ ନେଇ ପୁଣି ବୁଧବାର ଦିନ ମାଁ ଘରେ ପୂଜା ପାଇ ସହରର ଘରେ ଘରେ ବୁଲିଥାନ୍ତି। ଚୈତ୍ରପ୍ରତିପଦା ତିଥି ଅର୍ଥାତ୍ ମାଁ ଙ୍କ ଚୈତ୍ର ବାସନ୍ତୀ ନବରାତ୍ରି ଯେଉଁ ଦିନ ଆରମ୍ଭ ହୋଇଥାଏ । ତାର ପରବର୍ତ୍ତୀ ସମୟରେ ଯେଉଁ ପ୍ରଥମ ସୋମବାର ପଡିଥାଏ ସେହିଦିନଠାରୁ ମାଁ ଙ୍କ ଏହି ନବଦିନ ଯାତ୍ରା ବା କଳସ ଯାତ୍ରା ଆରମ୍ଭ ହୋଇଥାଏ ।ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ବହୁ ବହୁ ପୁରାତନ କାଳରୁ ପରମ୍ପରା ରହିଆସିଛି। ଏହି ଯାତ୍ରାରେ ନଅଦିନ ଧରି ୯ ଗୋଟି କଳସି ଓ ଗୋଟିଏ ଫୁଲ ଚାଙ୍ଗୁଡି ଏବଂ ବିମାନ ସାମିଲ ହୋଇ ସହର ପରିକ୍ରମା କରିଥାନ୍ତି। ମାଁ ଜଗତ ଜନନୀ ଠାକୁରାଣୀଙ୍କ ସହର ପରିକ୍ରମା ଆରମ୍ଭ ରେ ପ୍ରଥମେ ଭିତରଗଡ ଠାରେ ଥିବା ମୂଖ୍ୟ ପୂଜକ ଭୁବନ ପୂଜାରୀ ଙ୍କ ଘରକୁ ଯାଇ ପ୍ରଥମ ଭୋଗ ଖାଇବା ପରେ ମାଁ ଜଗତ ଜନନୀ ଠାକୁରାଣୀ ଙ୍କ ସହର ପରିକ୍ରମା ଆରମ୍ଭ ହୋଇଥିଲା । ଆଜି ମଙ୍ଗଳବାର ଦିନ ମାଁ ଜଗତଜନନୀ ଠାକୁରାଣୀ ତାଙ୍କ ଶାଶୂଘର ଘରକୁ ଫେରି ଯାଇଥାନ୍ତି। ଏହି ସମୟରେ ସମସ୍ତ କଳସି ହାଣ୍ଡି କୁ କଣ୍ଟା ଦୋଳିରେ ପୂଜକ ଝୁଲାଇବା ପରେ ପୂଜକଙ୍କ ଘରକୁ ଯାଇ ପୂଜାର୍ଚ୍ଚନା ପାଇଥାନ୍ତି। ପରେ ପୂଜକ ମାଁ ଙ୍କୁ ମନାଇ ମାଁ ଜଗତଜନନୀ ଠାକୁରାଣୀ ଙ୍କୁ ବାଜା ବାଜଣା କରି ଝରିଗାଁ ରୋଡ ସ୍ଥିତ ମଙ୍ଗଳା ମନ୍ଦିର ଶାଶୁ ଘରକୁ ଯାଇଥାନ୍ତି। ଏହି ସମୟରେ ପୂଜକ ଭୁବନେଶ୍ଵର ପୁଜାରୀ,ଶିରା ଙ୍କ ସହ ପୂଜା କମିଟିର ସଭାପତି ସାଇନାରାୟଣ ପାଢ଼ୀ,ଉପ ,କୋଷାଧ୍ୟକ୍ଷ ଗୋବିନ୍ଦ ମାଝୀ, ସମ୍ପାଦକ ସତ୍ୟନାରାୟଣ ମିଶ୍ର ଉପସଭାପତି ଆଶିଷ ରାଓ ଙ୍କ ସହ ପୂଜା କମିଟିର ସମସ୍ତ ସଦସ୍ୟ ବାରପାଲି ଗାଁ ର ରଇତ , ଶିରା, ପୂଜାରୀ ଙ୍କ ସହ ପୁରୁଣା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ।।