May 10, 2026

ଗୁଦଗୁଦା ମହୋତ୍ସବରୁ ବିଜେଡି କଂଗ୍ରେସକୁ ଅଲବିଦା, ମହୋତ୍ସବକୁ ଦଳିୟ କାର୍ଯ୍ୟକ୍ରମରେ ପରିଗଣିତ କରିଥିବାରୁ ବିଜେଡ଼ିର ନିନ୍ଦା

IMG-20250409-WA0035
Share

 

 

ଗୁଦଗୁଦା ମହୋତ୍ସବକୁ ବିଜେଡି ଓ କଂଗ୍ରେସକୁ କରାଯାଇଛି ଅଲବିଦା। ଏହି ୨ ଦଳର କୌଣସି ଜନ ପ୍ରତିନିଧି ମାନଙ୍କୁ ମହୋତ୍ସବକୁ ନିମନ୍ତ୍ରଣ କରାନଯାଇ ଦଳିୟ କାର୍ଯ୍ୟକ୍ରମରେ ପରିଗଣିତ କରିଥିବାରୁ ବିଜେଡ଼ି ଏହାର ନିନ୍ଦାକରିଛି।ବିଜେଡି ଓ କଂଗ୍ରେସ ନିର୍ବାଚିତ ପ୍ରତିନିଧି ପ୍ରମୁଖଙ୍କୁ ଉପେକ୍ଷା କରାଯାଇଥିବା ନେଇ ଉଭୟ ଦଳ ଜନପ୍ରତିନିଧି ସବଡ଼ିଭିଜନ ପ୍ରଶାସନ ଉପରେ ଅଙ୍ଗୁଳି ଉଠାଇଛନ୍ତି। ପ୍ରଶାସନର ଏଭଳି ଉପେକ୍ଷାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ବିଷୋଦ୍ଧଗାର କରିଛନ୍ତି। କୁଚିଣ୍ଡା ଏନଏସି ଚେୟାରମେନ ପ୍ରଦ୍ୟୁତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ଜିଲ୍ଲା ପରିଷଦ ର ସଭ୍ୟ କୃଷ୍ଣଚନ୍ଦ୍ର ଟପ୍ପୋ, ଅଜିତ ମହାପାତ୍ର, କାଉନସିଲର ନବୀନ ହୋତା, ପୂର୍ବ ବିଧାୟକ ରାଜେନ୍ଦ୍ର ଛତ୍ରିଆ ଉପସ୍ଥିତ ରହି କୁଚିଣ୍ଡାର ଉପଖଣ୍ଡସ୍ତରୀୟ ଗୁଦଗୁଦା ମହୋତ୍ସବକୁ ଭାଇଚାରାର ଉତ୍ସବରେ ପରିଗଣିତ ନକରି ଭାରତୀୟ ଜନତା ପାର୍ଟି ର ନିର୍ବାଚିତ ପ୍ରତିନିଧିଙ୍କ ଉତ୍ସବରେ ପରିଣତ ହୋଇଥିବା ଅଭିଯୋଗ ଆଣିଛନ୍ତି।ଉପଜିଲ୍ଲାପାଳ ଏହାକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଥିବାରୁ ଏହାକୁ ସେମାନେ ନିନ୍ଦା କରିବା ସହିତ ନିର୍ବାଚିତ ଲୋକ ପ୍ରତିନିଧି ଙ୍କୁ ଉପେକ୍ଷା କରି ବିକାଶରେ ଆନ୍ତରାୟ ସୃଷ୍ଟି କରିବାର ଭୂମିକା ନେଇଥିବା କହିଛନ୍ତି।

 

ଏପରିକି ମହୋତ୍ସବ ପ୍ରଥମ ଦିନରେ ଉପଜିଲ୍ଲାପାଳ ଗୌରବ ପ୍ରଧାନଙ୍କୁ ସାକ୍ଷାତ କରି ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବାରୁ ଏହି ଜନ ପ୍ରତିନିଧିମାନେ ଗୁଦଗୁଦା ମହୋତ୍ସବକୁ ଜୀବନ୍ତ କରିବାରେ ସବଡ଼ିଭିଜନ ପ୍ରଶାସନ ବିଫଳ ହୋଇଥିବା କହିଛନ୍ତି।

 

ସମ୍ବଲପୁର କୁଚିଣ୍ଡାରୁ ଆମ ପ୍ରତିନିଧି ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ….