କତରବଗାରେ ଆନ୍ତର୍ଜାତୀୟ ମହିଳା ଦିବସ ୨୪ ମହିଳା ଚାଷୀ ସମ୍ଭର୍ଦ୍ଧିତ

ସମ୍ବଲପୁର, ୦୮. ୦୩():ରେଙ୍ଗାଲି ବ୍ଲକର କତରବଗା ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।
ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଆୟୋଜିତ ସଭାରେ
ଝାଙ୍କରପାଲି ସରପଞ୍ଚ ସୁକାନ୍ତ କୁମାର ସାହୁ, ବିପିଏମ ଅରବିନ୍ଦ ନାଏକ, ବିଏଲସି ରୀନା ପଟେଲ ଓ ଯପାମାଳି ଭୁସାଗର ଅତିଥିଭାବେ ଯୋଗଦେଇ ମହିଳାଙ୍କ ଆତ୍ମବିଶ୍ୱାସ ବଳରେ ଅସମ୍ଭାବକୁ ସମ୍ଭବ କରିବା ସହଜ ହୋଇଥାଏ ବୋଲି ଅତିଥି ମାନେ ମହିଳାଙ୍କ ଉତ୍ସାହ ବୃଦ୍ଧି କରିଥିଲେ।
ଏମବିକେ ସ୍ଵାଗତିକା ସାହୁ, ନୀଳିମା ସାହୁ, କଲ୍ୟାଣୀ ବିଶ୍ୱାଲ, ବାସନ୍ତୀ ମିର୍ଦ୍ଧା ଏବଂ ସଂଯୁକ୍ତା ସାହୁ ଙ୍କ ସହିତ କୃଷି ମିତ୍ର, ପ୍ରାଣୀମିତ୍ର, ସିଆରପି ପ୍ରମୁଖ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମୋଟ ୨୪ଜଣ ମହିଳା ଚାଷୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ସମସ୍ତ ପଞ୍ଚାୟତର ସିଆରପି, ଏମବିକେ, କୃଷିମିତ୍ର, ପ୍ରାଣୀମିତ୍ର,ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ପ୍ରମୁଖ ଯୋଗଦାନ କରିଥିଲେ।
