April 28, 2026

ଗଜପତିରୁ ୭୪ ଜଣ ବରିଷ୍ଠ ନାଗରିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଗଲେ 

IMG-20260309-WA0051
Share

 

 

ପାରଳାଖେମୁଣ୍ଡି:୯/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ୭୪ ଜଣ ତୀର୍ଥଯାତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି. ଏହି ତୀର୍ଥଯାତ୍ରୀ ବସ୍‌କୁ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲାପରିଷଦ ଅଧ୍ଯକ୍ଷ ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ପତାକା ଦେଖାଇ ଯାତ୍ରା ଆରମ୍ଭ କରିଥିଲେ | ଜିଲ୍ଲା ପ୍ରଶାସନ ତରଫରୁ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି I ଗସ୍ତ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ସହ ନିତ୍ୟ ଆବଶ୍ୟକ ଜିନିଷ ରହିଥ‌ିବା କିଟ୍ ବକ୍ସ ପ୍ରଦାନ କରାଯାଇ ଥିବା ବେଳେ ଯାତ୍ରୀଙ୍କ ତତ୍ତ୍ଵାବଧାନ ପାଇଁ ଏସକର୍ଟ ଅଫିସରଙ୍କ ବ୍ୟବସ୍ଥା କରାଯାଇଛି. ଯାତ୍ରୀମାନେ ରହିବା, ଖାଇବା ଓ ଯାତ୍ରା ସମୟରେ ସମସ୍ତ ଖର୍ଚ୍ଚ ସରକାର ବହନ କରିବା ବ୍ୟବସ୍ଥା କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି।

You may have missed