April 28, 2026

ଆଜି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ନୂଆଗଡ ପଞ୍ଚାୟତର ପ୍ରାଙ୍ଗଣ ଠାରେ ଗଜପତି ଜିଲ୍ଲାରେ ନୂତନ ଭାବେ

tyrfy6
Share

ଆଜି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ନୂଆଗଡ ପଞ୍ଚାୟତର ପ୍ରାଙ୍ଗଣ ଠାରେ ଗଜପତି ଜିଲ୍ଲାରେ ନୂତନ ଭାବେ ମୋନନୀତ ହୋଇଥିବା ବିଜେଡ଼ି ଦଳର ସଭାପତି ଭାବେ ଶ୍ରୀ ଜଗବନ୍ଧୁ ଦାସଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ବରିଷ୍ଟ ନେତା ତଥା ହାଇଟେକ୍କ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ବିଜେଡ଼ି ଉପସଭାପତି ଜେମସ ରାଇକା ,ଜିଲ୍ଲା ପରିଷଦ ସଦସ୍ୟ ଏସ. ବାଳରାଜୁ,ନୂଆଗଡ ବ୍ଲକ ସଭାପତି ଜୋନ ମାଝି, ଆର.ଉଦୟଗିରି ବ୍ଲକ ସଭାପତି ଭୀମ ପାଇକ,ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଏବଂ ନୂଆଗଡ ବ୍ଲକର ସମସ୍ତ କର୍ମି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।