ନୂତନ ନିର୍ବାହୀ ଅଧିକାରୀଙ୍କ ଯୋଗଦାନ…
କୋରାପୁଟ ଜ଼ିଲ୍ଲା ସଦର ମହୁକୁମା ପୌରପାଳିକା କାର୍ଯାଲୟ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ଦୁତି କୃଷ୍ଣ ପାତ୍ର. ସେ ଏଥି ପୂର୍ବରୁ ଗଞ୍ଜାମ ଜ଼ିଲ୍ଲା ସୋରଡ଼ା ଏନ ଏ ସି ରେ ନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଇ ଥିଲେ.2018 ଏବଂ 2019ମସିହା ରେ କୋଟପାଡ଼ ତହସିଲଦାର ଭାବରେ ଦାୟିତ୍ୱ ରେ ରହି ଏକଲବ୍ୟ ସ୍କୁଲ. ନୂତନ ବସଷ୍ଟାଣ୍ଡ. ହସ୍ପିଟାଲ. ଏବଂ ମହାବିଦ୍ୟାଳୟ ର ଜମି ପଟା ପ୍ରଦାନ ଭଳି ବିଭିନ୍ନ ଉନ୍ନତି ମୂଳକ କାମ କରି କରନା ସମୟ ରେ ମଧ୍ୟ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ନିଜ ଦାଇତ୍ୱ ସମ୍ପନ କରିଥିବାର ନଜିର ରହିଛି ତାଙ୍କ ଯୋଗ ଦାନ ପରେ କାର୍ଯା ଳୟ ର କର୍ମଚାରୀ ଶୁଭେଚ୍ଛା ଜଣେଇଥିଲେ. କୋରାପୁଟ ଜ଼ିଲ୍ଲା କୋଣ ଅନୁକୋଣ ରୁ ମଧ୍ୟ ଶ୍ରୀ ପାତ୍ର ଙ୍କୁ ଫୋନ ମାଧ୍ୟମ ରେ ସୂବେଛା ର ସୁଅ ଛୁଟି ବାରେ ଲାଗିଛି ବୋଲି ଜଣା ଯାଇଛି. ଶ୍ରୀ ପାତ୍ରଙ୍କୁ ଯୋଗା ଯୋଗ କରିବାରୁ କୋରାପୁଟ ପୌର ପାଳିକାକୁ ସ୍ୱଚ୍ଛ ସୁନ୍ଦର ରଖିବା ସହ ଉନ୍ନୟନ ମୂଳକ କାମ କୁ ଧ୍ୟାନ ଦବା ସହ ସରକାରଙ୍କ ସମସ୍ତ ଯୋଜନା କିପରି ଜନ ସାଧାରଣ ଙ୍କ ପାଖରେ ପହଞ୍ଚିବ ସେଥି ପ୍ରତି ଗୁରୁତ୍ୱ ଦିଆ ଯିବ ବୋଲି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରି ଥିବାର ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I