November 21, 2024

ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ….

Share

 

 

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡଃ ମିଶ୍ର ବୈଠକରେ ସମସ୍ତଙ୍କୁ ସ୍ଵାଗତ ଜଣାଇ ଆଗାମୀ ଜିଲ୍ଲାସ୍ତରୀୟ ପବିତ୍ର ସାଧାରଣତନ୍ତ୍ର ଦିବସ ଶାନ୍ତି ଶୃଙ୍ଖଳାର ସହିତ ମହାସମାରୋହରେ ପାଳନ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲ୍ଲାସ୍ତରୀୟ ଉତ୍ସବ ପାଳନ ନିମନ୍ତେ ଆବଶ୍ୟକ ଆନୁସାଙ୍ଗୀକ ବ୍ୟବସ୍ଥା ଦାୟିତ୍ଵ ରେ ଥିବା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ଦାୟିତ୍ଵ ସୁଚାରୁରୂପେ ତୁଲାଇବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନିଷ୍ପତ୍ତି କ୍ରମେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତ,ଚିତ୍ରାଙ୍କନ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ। ଏସବୁ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ କୁ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ଅବଗତ କରାଇବା ଓ ସମସ୍ତ ପ୍ରତିଯୋଗିତା ଆୟୋଜନ କରିବା ନିମନ୍ତେ ସ୍ଥିର କରାଗଲା। ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ଉତ୍ସବ ପାଳନ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା। ଏହି ଅବସରେ ଜାନୁଆରୀ 26 ତାରିଖ ପ୍ରାତଃ ସହରରେ ରାମ ଧୁନ୍ ପରିବେଷଣ, ସହରସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ମୁଖ୍ୟ ଅତିଥି ଙ୍କ ଦ୍ଵାର ପୂର୍ବାହ୍ନ 8.30 ମି, ସମୟରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ, ପୋଲିସ ବାହିନୀ, ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାର ମିଳିତ ପ୍ୟାରେଡ ପ୍ରଦର୍ଶନ, ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ, ଜନକଲ୍ୟାଣ ଯୋଜନା,କାର୍ଯ୍ୟକ୍ରମ ର ସଚେତନତା ବାର୍ତ୍ତା ର ବିଭିନ୍ନ ବିଭାଗୀୟ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ, ପୁରସ୍କାର ବିତରଣ, ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ,ଉପ କାରାଗାର ରେ ଥିବା ଅନ୍ତେବାସୀ ମାନଙ୍କୁ ଫଳ, ମିଷ୍ଟାନ୍ନ ବଣ୍ଟନ ,ଜିଲ୍ଲାପାଳ ଏକାଦଶ ଓ ଜିଲ୍ଲା ବାର ଆସୋସିଏସନ ଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ଯାଚ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ପଟନାୟକ, ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ଚକ୍ର ଧର ମିଶ୍ର, ପ୍ରକଳ୍ପ ପ୍ରଶାସକ ଆଇ ଟି ଡି ଏ, ରାଜୀବ କୁମାର ସାହୁ, ପୌରପାଳିକା ନିର୍ବାହୀ ଅଧିକାରୀ ଶଙ୍କର କେରକଟା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ,
ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ତହସିଲଦାର କୈଲାସ ଚନ୍ଦ୍ର ତ୍ରିପାଠୀ, ବିଡିଓ, ସୁନୀଲ ଖରା, ଏ ସି ଏଫ୍, ମନସୁନ କ୍ଷେମୁନ୍ଦୂ ,ଅଧକ୍ଷ ନବରଙ୍ଗପୁର ମହାବିଦ୍ୟାଳୟ ଭାସ୍କର ନାଥ ବିଶ୍ବାଳ,ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ, ବିଜୟ ଚୌଧୁରୀ, ଜେମାମଣି ବିଶୋଇ, ଡକ୍ଟର ବିଜୟ କୁମାର ମିଶ୍ର,ରାମ ପ୍ରସାଦ ପାତ୍ର ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଟ ନାଗରିକ, ବିଭିନ୍ନ ଶିକ୍ଷା ଅନୁଷ୍ଠାନ,ପ୍ରତିଷ୍ଠାନ ର ମୁଖ୍ୟ, ବାର ଆସୋସିଏସନର କର୍ମକର୍ତ୍ତା, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ କାଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀଙ୍କ ରିପୋର୍ଟ)

You may have missed