ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ର ପ୍ରଚାର ପ୍ରସାର କରୁଛି ଜୟ ଜଗନ୍ନାଥ ଅର୍ପଣ ରଥ…
ଉମରକୋଟ:-ଏହି ଅବସରରେ ଉମରକୋଟ ପୌର ପରିଷଦ ପକ୍ଷରୁ ଉମରକୋଟ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଦୁଇଟି ଜୟ ଜଗନ୍ନାଥ ଅର୍ପଣ ରଥ ବାହାରିଥିଲା।ଏହି ଅବସରରେ ପୌର ଅଧକ୍ଷା ରାଧା ଭତ୍ରା ଓ ଉପାଧକ୍ଷ ସୁଧାଂଶୁ ଦାସ ପତାକା ଦେଖାଇ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରିଥିଲେ। ଅର୍ପଣ ରଥ ପରିଷଦର ପ୍ରତ୍ୟକ ୱାର୍ଡ ପରିକ୍ରମା କରିବା ସହ ଘରକୁ ଘରଯାଇ ଚାଉଳ ଓ ଗୁଆ ସଂଗ୍ରହ କରାଯିବ ଓ ସଂଗୃହିତ ଚାଉଳ ଓ ଗୁଆ ଶ୍ରୀଜଗନ୍ନାଥ ଙ୍କ ମନ୍ଦିର କୁ ନିଆଯିବ। ଦୁଇଟି ରଥ ସାତଦିନ ପୌର ପରିଷଦର ସମସ୍ତ ୱାର୍ଡ ପରିକ୍ରମା କରିବ। ସରକାରଙ୍କ ନିର୍ଦ୍ଧେଶ କ୍ରମେ ଜୟ ଜଗନ୍ନାଥ ଅର୍ପଣ ରଥ ସହରରେ ପରିକ୍ରମା କରୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ୱାର୍ଡରୁ ଜଗନ୍ନାଥ ପ୍ରେମୀ ସଂକରିତନ କରି ନିଜ ନିଜ ୱାର୍ଡ କୁ ପାଛୋଟି ନେଇଥିଲେ ଜୟ ଜଗନ୍ନାଥ ଅର୍ପଣ ରଥକୁ।ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦର ସମସ୍ତ କାଉନସିଲର,କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷତମ ବେନିୟା,ସହକାରୀ ଯନ୍ତ୍ରୀ ମନୋଜ ପାତ୍ର,କନିଷ୍ଠ ଯନ୍ତ୍ରୀ ହିମାଂଶୁ ଭୂଷଣ ମହାନ୍ତି,ପୌର ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ୱାର୍ଡର ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସହର ମିଶନ ପରିଚାଳକ ଅଭିଷେକ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପ୍ରଥମ ଦିନରେ ଅର୍ପଣ ରଥ ଦୁଇଟି ୱାର୍ଡ ପରିକ୍ରମା କରି ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା।ପ୍ରତିଦିନ ଦୁଇଟି ଲେଖାଏଁ ୱାର୍ଡ କୁ ଏହି ରଥ ଯିବ ଏବଂ ଆସନ୍ତା ୧୭ ତାରିଖରେ ଉମରକୋଟ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଏଲ ଇ ଡି ଲଗଯାଇ ପୁରୀରୁ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରାଯିବ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)