April 25, 2026

ମା ଶୀତଳା ଠାକୁରାଣୀ ନକ ଆଉଟ ଫୂଟବଲ ପ୍ରତିଯୋଗୀତାର ଉଦଯାପନୀ ଦିବସ ସମାରୋହ …

jhggu
Share


କୋରାପୁଟ(ଆ.ପ୍ର) ଜିଲ୍ଲା କୋଟପାଡ଼ ନୂଆଗୁଡା ଖେଳ ପଡିଆ ଠାରେ ଏହି ପ୍ରତିଯୋଗିତା ୧୯ ଦିନ ଧରି
ଚାଲିଥିଲା ତାହା ଉଦଯାପନ ହୋଇଯାଇଛି। ସେହି ଦିବସରେ ବିଜେତା ଭାବେ ଶ୍ରୀକାନ୍ତ ଏକାଦଶ ଜୟପୁର ବ୍ଲକ ଓ ଉପ ବିଜେତା
ଏମ ଟି ଆର ଗୁମୁଡ଼ା ଦଳ କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ୟୁନାଇଟେଡ଼ ସ୍ପଟ କ୍ଲୁବ କୋଟପାଡ଼ଙ୍କ ଦ୍ୱାରା ଆୟୋଜିତ କ୍ରୀଡାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ସମ୍ମାନନୀୟା ଅତିଥି ଭାବେ ଏସଡିସି ଅଧକ୍ଷ ଚନ୍ଦ୍ର ଶେଖର ମାଝୀ, ପୌରାଧକ୍ଷ ଏମ. ଶଙ୍କର ରାଓ, ଯୋଗଦେଇ କ୍ରୀଡା ପ୍ରେମୀଙ୍କୁ ଉତ୍ସ୍ୱାହ ପ୍ରଦାନ କରିଥିଲେ। ଅଲମ୍ପିକ ଓଡିଶାର ସଦସ୍ୟ ଅନୁପ ପାତ୍ର ଓ ଓଡିଶା କ୍ରୀଡା ମହାସଂଘ ର ସମ୍ପାଦକ ରବି ନାୟକ ମଧ୍ୟ ଉପସ୍ଥିତ ଥିବାର ଜଣାଯାଇଛି I ଉପଦେଷ୍ଟା
ଶ୍ରୀ ଗୋପୀନାଥ ବିଶୋଇ,ବାଲ୍ୟ ନାୟକ,ଏମ. ଭେଙ୍କେଟ ରାଓ, ରମେଶ ରନ୍ଧାରୀ, ଗଙ୍ଗାଧର ମାଝୀ ଅବନାଶ ପଟ୍ଟନାୟକ, ଦେବାଶିଷ ଭତ୍ରା ପରିଚାଳନା କରିଥିଲେ I ଶ୍ରୀମନ୍ତ ପଣ୍ଡା ଏବଂ ବି. ସେଙ୍କୁ ସ୍ମୁତି ଉଦେଶ୍ୟରେ ମାନପତ୍ର ସହ ସିଲଡ଼ ପ୍ରଦାନ କରିଥିଲେ।

You may have missed