April 30, 2026

ଜିଲ୍ଲା ପ୍ରଶାସନ ର ଅଭିଯୋଗ ପ୍ରକୋଷ୍ଠ

IMG-20251208-WA0116
Share

ଅସ୍ତରଙ୍ଗ,, ପୁରି ଜିଲ୍ଲା ପ୍ରଶାସନ ତରଫରୁ ସୋମବାର ଦିନ ଅସ୍ତରଙ୍ଗ ବ୍ଲକ ସଭା ଗୃହରେ ୧୫ ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଜନ ଶୁଣାଣୀ ଵା ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ ହୋଇ ଯାଇ ଅଛି l ଜିଲ୍ଲା ପ୍ରଶାସନ ତରଫରୁ ଏ ଡି ଏମ, ଶରତ ଚନ୍ଦ୍ର ବେହେରା ଏହାର ନେତୃତ୍ୱ ନେଇଥିଲେ l ଏହି ଶୁଣାଣୀ ଶିବିର ରେ ୨୦୦ଗୋଟି ଅଭିଯୋଗ ବିଚାର ପାଇଁ ପଡି ଥିବା ବେଳେ,ରାସ୍ତା,ଭତ୍ତା, ରାସନ କାର୍ଡ, ଇନ୍ଦିରା ଆଵାଶ,ପାନୀୟଜଳ, ବିଶେଷ କରି ବିଭିର୍ଣ୍ଣ ପଞ୍ଚାୟତ ର ଉର୍ନୟନ ମୂଳକ କାର୍ଯ୍ୟ ଉପରେ ଅଭିଯୋଗ ମିଳିଥିଲା l ସମୟ ଅତିବାହିତ ହୋଇ ଯାଇ ଥିବାରୁ କେତେକହିତାଧିକାରୀ ତାଙ୍କର ଅଭିଯୋଗ ପତ୍ର ଦାଖଲ କରି ନ ପାରି ଫେରି ଯାଇ ଥିବାର ଦେଖିବାକୁ ମିଳିଥିଲା l ଏହି ଶୁଣାଣି କାର୍ଯ୍ୟକ୍ରମ ରେ, ସି ଡି ଏମ ଓ, ଅକ୍ଷୟ କୁମାର ଶତପଥୀ, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ବିଡ଼ିଓ ସସ୍ମିତା ବେହେରା,ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ ନିମାପଡା ଏସ ଡି ପି ଓ, ଜନାର୍ଦ୍ଧନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଶୁଣାଣୀ ରେ ଭାଗ ନେଇଥିବା ବେଳେ, ସମସ୍ତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ lଦୁଃସାଶନ ନାୟକ, ଅସ୍ତରଙ୍ଗ

You may have missed