March 7, 2026

ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ସ୍ମାର୍ଟଇଣ୍ଡିଆ ହ୍ୟାକଥନ୍-୨୦୨୫ ଗ୍ରାଣ୍ଡ ଫିନାଲି ହାର୍ଡୱେର ଏଡିସନ ଉଦ୍ଘାଟିତ ହେକ ଫର୍ ଭାରତ ଆଣ୍ଡ ବିଲ୍ଡ ଫର୍ ଦା ୱାରଲଡ

IMG-20251208-WA0096
Share

 

ଗୁଣପୁର,୦୮ /୧୨ / ୨୦୨୫ – (ସୁରେନ୍ଦ୍ର ମହାନ୍ତି )ବର୍ତ୍ତମାନ ବୈଷୟିକ ଚିନ୍ତାଧାରା ସମାଜକୁ ଆଗକୁ ନେଇପାରିବ / ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଏବଂ ଏ ଆଇ ସି ଟି ଇ ମିଳିତରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍-୨୦୨୫ ଗ୍ରାଣ୍ଡ ଫିନାଲି ହାର୍ଡୱେର ଏଡିସନ ମହାଆଡମ୍ବରରେ ଉଦ୍ଘାଟିତ ହୋଇଯାଇଛି ।ଏହି ଅଵସରରେ ମୁଖ୍ୟଅତିଥି ଭାବେ ବାଙ୍ଗାଲୋର ସ୍ଥିତ ଏସେନ୍ସଶେର ସର୍ଭିସ ପ୍ରାଇଭେଟ୍ ଲିମିଟେଡ଼ର ସହଯୋଗୀ ନିର୍ଦ୍ଦେଶକ ଡ ସୁରେଶ ଆଦିଗା ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବର୍ତ୍ତମାନ ଯୁଗରେ ନୂତନ ବୈଷୟିକ ଜ୍ଞାନ କୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଛାତ୍ରଛାତ୍ରୀ ନୂତନ ଚିନ୍ତାଧାରା ନେଇ କାର୍ଯ୍ୟ କରିବା ସହ ସମାଜର ବର୍ତମାନ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ହାଇଦ୍ରାବାଦ ସ୍ଥିତ ଡ଼ାଳଟାମାର୍ଚ୍ଚ ଟେକ୍ନୋଲୋଜିର ମୁଖ୍ୟ ରଣନୀତି ଏବଂ ଅଭିନବ ଅଧିକାରୀ ଚନ୍ଦ୍ର ଦାସାକା ଯୋଗ ନୂତନ ଗବେଷଣ ବିଷୟ ରେ ଆଲୋଚନା କରିଥିଲେ।ବିଶ୍ଵବିଦ୍ୟାଳୟର ଉପସଭାପତି ଡଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମା ମାନେ ନୂତନ ଉଦ୍ଭାବନ ହିଁ ଦେଶକୁ ଆଗକୁ ବଢିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ମଞ୍ଚ ଦ୍ଵାରା ଛାତ୍ରଛାତ୍ରୀ ନିଜର ଅନ୍ତର୍ନିହିତ ଗୁଣର ବିକାଶ କରିବା ସହ ସମାଜର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବା ଦିଗରେ ସହାୟକ ହେବ ବୋଲି କହିଥିଲେ।ବିଶ୍ୱବିଦ୍ୟାଳୟର କୁଳପତି ଡ଼ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଏହି ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍ ପ୍ରତିଯୋଗିତା ଦ୍ୱାରା ଶିଳ୍ପ ସମ୍ୱନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରେଜିଷ୍ଟାର ଡଃ ଏନ ଭି ଜଗନ୍ନାଥ ରାଓ ବିଶ୍ଵବିଦ୍ୟାଳୟର ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତି ବିଷୟ ରେ କହିଥିଲେ । ଜିଆଇଇଟି ବିଶ୍ୱବିଦ୍ୟାଳୟ ନୋଡାଲ ସେଣ୍ଟର ମୁଖ୍ୟ ପ୍ରିୟ ଦର୍ଷୀ ଷଡଙ୍ଗୀ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଭଵିଷ୍ୟତ ସ୍ୱପ୍ନକୁ ଆଜିର ଯୁବ ପିଡି ସାକାର କରିପାରିବେ ବୋଲି କହିଥିଲେ। ଏହି ସକାଶେ ଦେଶରେ ୬୦ଟି ସ୍ଥାନରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍ର ନୋଡାଲ ସେଣ୍ଟର ଆୟୋଜନ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମ ଦେଶର ବର୍ତମାନ ଏବଂ ଆଗାମୀ ଭବିଷ୍ୟତ ସମସ୍ୟା ସମାଧାନ ଦିଗରେ ସହାୟକ ହେବା ସହିତ ଏହା ଯୁବ ନେତୃବର୍ଗ ସୃଷ୍ଟି କରିବା ସହ ବିଦ୍ୟର୍ଥୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ, ପ୍ରଦର୍ଶିନୀ କରିବାର ସୁଯୋଗ, ଦକ୍ଷତା ବୃଦ୍ଧି ଏବଂ ସ୍ୱାବଲମ୍ବନ ହେବାର ସୁଯୋଗ ସୃଷ୍ଟି କରିବ ନେଇ କହିଥିଲେ । ବିଶ୍ଵବିଦ୍ୟାଳୟର ଏସ ପି ଓ ପି ଡଃ. ରାଘବେନ୍ଦ୍ର କୁମାର ସ୍ବାଗତ ଭାଷଣ ଦେଇଥିଲେ। ଏହି ଗ୍ରାଣ୍ଡ ଫିନାଲି ହାର୍ଡୱେର ଏଡିସନ ପ୍ରତିଯୋଗିତାରେ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ , ଅଧ୍ୟାପକ ,ଅଧ୍ୟାପିକା , ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହା ସହ ଦେଶର ୬୦ ଟି ନୋଡଲ ସେଣ୍ଟରଗୁଡିକୁ ଆଭାସୀ ମାଧ୍ୟ୍ୟମରେ ଏ ଆଇ ସି ଟି ଇ ର ଅଧ୍ୟକ୍ଷ ପ୍ରଫେସର ଟି ଜି ସୀତାରାମ ଉଦ୍ଘାଟନ କରିଥିଲେ। ଉପାଧକ୍ଷ୍ୟ ଡ଼ ଅଭୟ ଜେରେ ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ଏହି ହ୍ୟାକଥନ୍ ରେ ଦେଶର ବିଭିନ୍ନ ପ୍ରମୁଖ ଅଗ୍ରଣୀ ବୈଷୟିକ ଅନୁଷ୍ଠାନରୁ ୧୨୦ ଜଣ ପ୍ରତିଯୋଗୀକୁ ନେଇ ୨୦ ଟିମ ସହ ୨୫ ଜଣ ମେଣ୍ଟର ଯୋଗ ଦେଇଛନ୍ତି ଏବଂ ସେମାନେ ମନ୍ତ୍ରାଳୟ ଏବଂ ଶିଳ୍ପଗୁଡିକର ବିଭିନ ସମସ୍ୟା ବୈଷୟିକ ସମାଧାନ କରିବେ । ଭାରତ ସରକାର ଦ୍ୱାରା ନିୟୋଜିତ ୨୨ ଜଣ ବିଚାରକମଣ୍ଡଳି ଏହି କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିବେ । ଏଥିରେ କୃତିତ୍ୱ ଲାଭ କରିଥିବା ପ୍ରଥମ ବିଜେତାକୁ ଏକ ଲକ୍ଷ ପଚାଶ ହଜାର ଟଙ୍କା ପୁରସ୍କାର ଦିଆଯିବାର ବ୍ୟବସ୍ତା ରହିଛି ।ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲୁରହିବ ।