July 31, 2026

ରାମନଗର ପଡା ଠାରୁ ଇରିଗେସନ କଲୋନୀ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି

IMG-20251208-WA0089
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସହରର ୨ନଂ ୱାର୍ଡ ଅନ୍ତର୍ଗତ ରାମନଗର ପଡା ଠାରୁ ଇରିଗେସନ କଲୋନୀକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ପ୍ରାୟ ଦୁଇ ତିନି ବର୍ଷ ତଳେ ତିଆରି ହୋଇଥିବା ଏହି ରାସ୍ତାରେ ଠୂକ ପାଲିସ କାମ ଯୋଗୁଁ ଅନେକ ସ୍ଥାନରେ ଦାବିଯାଇ ଲମ୍ବା ଗର୍ତ୍ତ ମାନ ହୋଇଥବା ବେଳେ, ଭାରିଯାନ ଚଳାଚଳ ଯୋଗୁଁ କେତୋଟି ସ୍ଥାନରେ ଡ୍ରେନ ଠାରୁ ରାସ୍ତା ମଝି ପର୍ଯ୍ୟନ୍ତ ଦାବିଯାଇ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଏହାଛଡା ଏହି ରାସ୍ତାଟି ଇରିଗେସନ କଲୋନୀ ପାଖ ଦେଇ ବୋହିଯାଇଥିବା ଏକ ଚିରସ୍ରୋତା ଝରଣା ତଡ ଦେଇ ଯାଇଥିବାବେଳେ ସେହି ଜାଗାରେ ଲୋକଙ୍କ ସୁରକ୍ଷା ପାଇଁ ଏପର୍ଯ୍ୟନ୍ତ ଗାର୍ଡ ୱାଲ ତିଆରି ହୋଇପାରିନାହିଁ। ଏହି ସବୁ କାରଣ ଯୋଗୁଁ ଏହି ରାସ୍ତାରେ ପ୍ରାୟ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟି ଚାଲିଛି।ଏପରିକି ସହରର ଅନ୍ୟ ଅଞ୍ଚଳରୁ ଏଠାକୁ ଆସୁଥିବା ଅନେକ ଲୋକ ରାସ୍ତା ପାର୍ଶ୍ୱରେ ଗାର୍ଡ ୱାଲ ନଥିବା ଯୋଗୁଁ ଅଜାଣତରେ ନିଜ ବାଇକ ସହ ଚିରସ୍ରୋତା ଝରଣା ମଧ୍ୟରେ ପଡି ଲହୁଲୁହାଣ ହୋଇସାରିଛନ୍ତି। ଏହି ସମସ୍ୟା ଦିନୁଦିନ ଗୁରୁତ୍ତର ହୋଇ ଚାଲିଥିବାବେଳେ, ସ୍ଥାନୀୟ ଲୋକେ ସ୍ଥାନୀୟ ୱାର୍ଡ ମେମ୍ବରଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ, ୱାର୍ଡ ମେମ୍ବର ସ୍ଥାନୀୟ ଲୋକଙ୍କୁ ବରାବର ସାନ୍ତ୍ୱନା ଦେଇ ଏହି ରାସ୍ତାଟି ସମ୍ପୂର୍ଣ ରୂପେ ମରାମତି କରାଯିବା ପାଇଁ ଟଙ୍କା ସେଂକ୍ସନ ହୋଇସାରିଛି ଏବଂ ଅତିଶୀଘ୍ର ରାସ୍ତା କାମ ଆରମ୍ଭ ହେବ କହି ବିଦା କରିଦେଉଥିବାବେଳେ, ବର୍ଷ ବର୍ଷ ହେଲା ରାସ୍ତା କାମ ଆରମ୍ଭ ହେଉନଥିବାରୁ ସ୍ଥାନୀୟ ଲୋକେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବର୍ତମାନ ଶୀଘ୍ର ଆରମ୍ଭ କରିବାପାଇଁ ଦାବି କରୁଥିବାବେଳେ, ଚେତାବନି ମଧ୍ୟ ଦେଇଛନ୍ତି ଯେ’, ଅତିଶୀଘ୍ର ଏହି ରାସ୍ତା କାମ ସମ୍ପୂର୍ଣ ନହୁଏ ତାହା ହେଲେ ଏଥିପାଇଁ ଅନ୍ୟ ବିକଳ୍ପ ଗ୍ରହଣ କରାଯିବ।

You may have missed