ଦିବଂଗତ ‘ସରୋଜ ଭାଇ ଜନସେବା ସଂଗଠନ ତରଫରୁ ଗରିବ ପରିବାରଙ୍କୁ ଶୀତ ବସ୍ତ୍ର ବଣ୍ଟନ..

ସାଇଲୋ ପଞ୍ଚାୟତର ଦିବଂଗତ ସରପଞ୍ଚ ସରୋଜ କୁମାର ସେଠୀ ତଥା ସରୋଜ ଭାଇଙ୍କ ପବିତ୍ର ସ୍ମୃତି ଓ ତାଙ୍କର ମହତ୍ ଜନସେବା ଆଦର୍ଶରେ ଗଢ଼ାଯାଇଥିବା ‘ସରୋଜ ଭାଇ ଜନସେବା ସଂଗଠନ’ ପକ୍ଷରୁ ଆଜି ରାହାମା ଅଞ୍ଚଳରେ ଏକ ଶୀତ ବସ୍ତ୍ର (କମ୍ବଳ) ବଣ୍ଟନ କାର୍ଯ୍ୟକ୍ରମ ଜାରୀ ରହିଛି,
ସୂଚନା ଅନୁଯାୟୀ,ଅପରାହ୍ନ ୩ ଘଟିକାରେ ରାହାମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟେ ଥିବା ବସ୍ତିରେ ଏହି ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବସ୍ତିରେ ବସ ବାସ କରୁଥିବା ଯେଉଁ ଗରିବ ଶ୍ରେଣୀର ଲୋକମାନେ ଦୀର୍ଘ ବର୍ଷ ଧରି ଓଳିଏ ଖାଇ, ଓଳିଏ ଉପାସ ରହିବା ସହ ପରିବାର ପ୍ରତିପୋଷଣ ପାଇଁ ଅସୀମ କଷ୍ଟ ସହୁଛନ୍ତି, ସେହି ଅସହାୟମାନଙ୍କୁ ଶୀତର ପ୍ରକୋପରୁ ରକ୍ଷା କରିବା ପାଇଁ ସଂଗଠନ ତରଫରୁ ଏକ ଛୋଟିଆ ପ୍ରୟାସ କରାଯାଇ ପ୍ରାୟ ୪୦ରୁ ୫୦ ଜଣ ପରିବାରଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା,
ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ବିବେକ ଦାସ,ସାଇଲୋ ପଞ୍ଚାୟତର ନାୟବ ସରପଞ୍ଚ ଝରଣା ଦାସ, ୱାର୍ଡ ସଭ୍ୟା କଳ୍ପନା ସେଠୀ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଭଗବାନ କୁଁଅ ର ଙ୍କ ସମେତ ସଂଗଠନର କର୍ମକର୍ତ୍ତାମାନେ ତଥା ଜଗନ କୁମାର ଦାସ, ମନୋଜ କୁମାର ଯୋଗଣିଆ, କିଶୋର ସେଠୀ, ରଶ୍ମୀକାନ୍ତ ନାୟକ, ସରୋଜ ସ୍ୱାଇଁ, ସୁଧାଂଶୁ ଶେଖର ସାମଲ, ସ୍ୱପ୍ନା ରଞ୍ଜନ ଦାସ, ଅମୀୟ ପାତ୍ର, ଲିପୁ ସ୍ୱାଇଁ ଏବଂ ଦୀପ୍ତି ରଞ୍ଜନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।
ସଂଗଠନର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ ଯେ, ସରୋଜ ଭାଇଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଏହି ସଂଗଠନ ଗଠନ କରାଯାଇଛି। ସଂଗଠନର ଆଦର୍ଶ ହେଉଛି ମାନବ ସେବା ହିଁ ମାଧବ ସେବା ସମସ୍ତ ବୁଦ୍ଧିଜୀବୀ ତଥା ଗୁରୁଜନମାନଙ୍କର ସହଯୋଗ ମିଳିଲେ ଆଗାମୀ ଦିନରେ ଅଧିକ ସେବା କାର୍ଯ୍ୟକ୍ରମ ଜାରି ରଖାଯିବ,ରିପୋର୍ଟ ଶାରଦା ପ୍ରସନ୍ନ ପରିଜା,
