September 21, 2024

ବୋଉଳା ଉଚ୍ଚବିଦ୍ୟାଳୟ ରେ ସ୍ବଚ୍ଛତା ଅଭିଯାନ

Share

ବୋଉଳା ଉଚ୍ଚବିଦ୍ୟାଳୟ ରେ ସ୍ବଚ୍ଛତା ଅଭିଯାନ

ହାଟଡିହି,୧୨/୮:ନୂଆ-ଓ ଯୁବ ଓଡ଼ିଶା-ନବିନ ଓଡ଼ିଶା କାର୍ଯ୍ୟକ୍ରମ ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋସୋ ଆନୁକୂଲ୍ୟରେ ଏବଂ ପ୍ଲାଷ୍ଟିକ ମୁକ୍ତ ଓ ସ୍ଵଚ୍ଛତା ଅଭିଯାନ କଲେଜ କ୍ୟାମ୍ଫସ୍ ର ବାହାରେ ସୋସୋ ଗ୍ରାମ ପରିକ୍ରମା କରିଥିଲେ। କଲେଜର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ପରିବେଶ ସମ୍ଫକିତ ବିଭିନ୍ନ ସ୍ଲୋଗାନ ଦେଇ ଅଭିଯାନ ରେ ସାମିଲ୍ ହୋଇଥିଲେ। ଛାତ୍ରଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ମାନଙ୍କର ଏହି ସଚେତନା ପଦଯାତ୍ରା କୁ ସମ୍ବୋଧନ କରି ମହାବିଦ୍ୟାଳୟର ଅଧକ୍ଷ ତଥା ପ୍ରାଧ୍ୟାପକ ଶିବ ଚରଣ ଖାମୁରାଇ କହିଲେ ସୁସ୍ଥ ମଣିଷଟିଏ ପାଇଁ ସୁସ୍ଥ – ପରିବେଶଟିଏ ଲୋଡ଼ା l ଯେଉଁ ପରିବେଶରେ , ମାଟି ପାଣି ପବନରେ ଆମେ ବସବାସ କରୁଛୁ , ତାହା ପ୍ରତି ମୁହୂର୍ତ୍ତରେ ଦୂଷିତ ହେବାରେ ଲାଗିଛି ଏବଂ ସମଗ୍ର ବିଶ୍ଵ ଏକ ଭୟାନକ ଭବିଷ୍ୟତ ଆଡ଼କୁ ଗତି କରୁଛି l ଆଧୁନିକ ସଭ୍ୟତା ନାମରେ ସୁନ୍ଦର ପ୍ରକୃତିକୁ ବିକୃତ କରାଯାଉଛି l ତେଣୁ ସ୍ବଚ୍ଛତା – ସୁନ୍ଦର , ପରିବେଶ – ଆଜିର ଆହ୍ଵାନ l ସାମାଜିକ ସେବା କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଫକୀର ଚରଣ କୁମାର ମହାନ୍ତି ଓ ନୋଡାଲ ଅଫିସର ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ କାର୍ଯ୍ୟକ୍ରମଟି କୁ ପରିଚାଳନା କରୁଥିବା ବେଳେ ଅଧ୍ୟାପକ ଉଦୟ କୁମାର ନନ୍ଦ ସଚିନ୍ଦ୍ର ରାଉତରାୟ, ଅନିରୁଦ୍ଧ ରାଉତ , ହୃଦାନନ୍ଦ ପାଣିଗ୍ରାହୀ , ବିଜୟ କୁମାର ମଲ୍ଲିକ ଅଧ୍ୟାପିକା ଲୋପାମୁଦ୍ରା ଶା , କ୍ରୀଡ଼ା ଶିକ୍ଷକ ହେମନ୍ତ କୁମାର ନାଥ , କର୍ମଚାରୀ ଦୁର୍ଯ୍ୟୋଧନ ବାରିକ , ଗୌରାଙ୍ଗ ବେହେରା , ଅନାମ ପଣ୍ଡିତ , ଦୟାନିଧି ଦାସ ପ୍ରମୁଖ ସହଯୋଗ କରିଥିଲେ l ସୋସୋ ଯଜ୍ଞପଡିଆ ଠାରେ ଛାତ୍ରଛାତ୍ରୀମାନେ ମନ୍ଦିର ପରିବେଶ କୁ ଝାଡୁ ଲଗାଇ ସଫାସୁତୁରା କରିଥିଲେ l
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ)