ଆଜିର ଖବର..
କେନ୍ଦୁଝର ଓ ମୟୂରଭଞ୍ଜ କ୍ଲଷ୍ଟର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେଲା।
୨୦୨୯ ସୁଦ୍ଧା ଓଡ଼ିଶାରୁ ଶିଶୁ ଶ୍ରମିକ ଶୂନ୍ୟ ହେବବୋଲି ପ୍ରତିଶ୍ରୁତି ଦେଲେ ସରକାର।
ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା: ଆବେଦନ ପାଇଁ ଖୋଲିଲା ପୋର୍ଟାଲ। ୩୦ ନଭେମ୍ବର ମଧ୍ୟରେ ସାମ୍ବାଦିକ ଆବେଦନ କରିପାରିବେ।
ଗଞ୍ଜାମ ବନ୍ୟା କ୍ଷୟକ୍ଷତି ୫ ହଜାର କୋଟି ଟପିବ, ଜାତୀୟ ବିପର୍ଯ୍ୟୟ ଘୋଷଣା ଦାବି।
କନ୍ଧମାଳ ଏବଂ ଗଂଜାମ ସୀମାନ୍ତ ଗିଡ଼ିପାବାଲି ଭୂସ୍ଖଳନରେ ପ୍ରଭାବିତଙ୍କୁ ରିଲିଫ ବାଣ୍ଟିଲା କଂଗ୍ରେସ ଦଳ।
ଗଞ୍ଜାମରେ ଗଡ଼ିଲା ଇଲେକ୍ଟ୍ରିକ୍ ବସ୍, ୮ଟି ରୁଟ୍ରେ ଚାଲିବ ୨୫ଟି ଗାଡ଼ି।
ବନ୍ୟା ବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ପ୍ରଶାସନ, ବଣ୍ଟନ ହେଉଛି ସ୍ୱତନ୍ତ୍ର ଉପହାର।
ନେରେଡି ବ୍ୟାରେଜ୍ ପ୍ରକଳ୍ପ ନେଇ ପାରଳାଖେମୁଣ୍ଡିରେ ବୈଠକ, ଯୋଗଦେଲେ ଓଡ଼ିଶା-ଆନ୍ଧ୍ର ଅଧିକାରୀ।
ପୋଷ୍ୟ ସନ୍ତାନ ଗ୍ରହଣ ଦଲିଲ୍ ପଞ୍ଜୀକରଣ ନେଇ ହାଇକୋର୍ଟଙ୍କ ରାୟ, ସବ୍-ରେଜିଷ୍ଟ୍ରାରଙ୍କ କ୍ଷମତା ସୀମିତ।
ଟ୍ରେନ୍ରେ ବାଣ ନେଲେ ଜେଲ୍। ୧୮ ତାରିଖ ପର୍ଯ୍ୟନ୍ତ ରେଳବର୍ଥର ସୁରକ୍ଷା ଅଭିଯାନ।
କାଳୀପୂଜା ଓ ଭସାଣି ପାଇଁ କଟକରେ କଡ଼ା ସୁରକ୍ଷା, ରାତି ୯ଟା ପରେ ବାଣ ଫୁଟାଇଲେ ଆକ୍ସନ
ପୁରୀ ଗୋବର୍ଦ୍ଧନ ମଠର ହେବ ନବକଳେବର, ନିର୍ମାଣ ହେବ ସ୍ୱତନ୍ତ୍ର କରିଡର।
ଗଞ୍ଜାମ ଚାଷୀଙ୍କ ଦୁଃଖ ଶୁଣି ଭାବବିହ୍ୱଳ ନବୀନ, କହିଲେ ଶୀଘ୍ର କ୍ଷତି ପୂରଣ ଦେବାକୁ ସରକାରଙ୍କୁ ଜଣାଇବି।
ଫୁଲବାଣୀ କଳିଙ୍ଗା ଘାଟି ଖୋଲିଲା, ସ୍ୱାଭାବିକ ହେଲା ଯାତାୟତ।
ବୌଦ୍ଧ ଜିଲ୍ଲାର ଖମନମୁଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍, ଫଳାଫଳ ସ୍ଥଗିତ।
ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ପରିସରରେ କ୍ୱାଟର ଭିତରୁ ଏସ୍ଆଇଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର।
କନ୍ଧମାଳ ଜିଲ୍ଲା କଳିଙ୍ଗା ପଞ୍ଚାୟତର ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ।
ଭୁବନେଶ୍ୱର ହଳଦୀପଡ଼ିଆ ବସ୍ତିର ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ, ଗୁଳି କରି ଖପୁରି ଉଡ଼ାଇଦେଲେ।
ରାଜଧାନୀ ଭିଏସ୍ଏସ୍ ନଗରରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ବୀଭତ୍ସ ହତ୍ୟା।
ଜେଲ୍ ଗଲେ ବଲାଙ୍ଗିର ସରକାରୀ ITI କଲେଜ ପ୍ରିନ୍ସିପାଲ, ସୁନା-ରୁପା ସହ ୧୧ ପ୍ଲଟ ଜବତ।
ନବରଙ୍ଗପୁର କୋର୍ଟ ଭିତରେ ମହିଳାଙ୍କ ଆକ୍ରମଣରେ ବିଚାରପତି, ସରକାରୀ ଓକିଲ ଏବଂ କୋର୍ଟ ସୁରକ୍ଷା ଅଧିକାରୀ ଆହତ।
ଯାଜପୁର ଜିଲ୍ଲା ନଳିପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ପରିବାରର ୪ ଜଣଙ୍କ ମୃତ୍ୟୁ।
ଭଦ୍ରକରେ ଡ୍ରାଇଭର ଓ ହେଲପରଙ୍କ ଆକ୍ରମଣରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ।
ସମ୍ବଲପୁର ଯୁଯୁମୁରାରେ ହାତୀ ଆକ୍ରମଣରେ ଯୁବକ ମୃତ।
ଭୁବନେଶ୍ୱର ୨୦୧୪ ମସିହାର ଗଦାଧର ହତ୍ୟା ମାମଲା: ୧୨ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ।
ବଲାଙ୍ଗିର ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥରେ ବାଇକ୍ ପଛପଟୁ ଟ୍ରକ୍ ଧକ୍କା, ଦୁଇ ଆରୋହୀଙ୍କ ମୃତ୍ୟୁ।
🇳🇪
ଦୀପାବଳି ପୂର୍ବରୁ ଦିଲ୍ଲୀରେ ବାୟୁ ମାନ ଅତି ଖରାପ, ଏକ୍ୟୁଆଇ ୩୫୦ ଉପରେ।
ଲାଲକୃଷ୍ଣ ଆଡ଼ଭାନୀ ନିଜ ଜୀବନର ଶହେତମ ବର୍ଷରେ ପଦାର୍ପଣ କଲେ।
ହାଇଦ୍ରାବାଦ ହୋଟେଲରେ ଆମେରିକା ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ।
ମୁମ୍ବାଇର ଜିନିଆ ଚାଟାର୍ଜୀ ୱେକଫିଟର ସ୍ଲିପ୍ ଇଣ୍ଟର୍ନସିପ୍ ଶୋଇବା ପ୍ରତିଯୋଗିତାରେ ପ୍ରଥମ ହେଲେ।
ସରଯୂ ନଦୀକୂଳରେ ‘ରାମ କୀ ପୈଡ଼ି’ରେ ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା।
‘ଭୋଟ୍ ଚୋରି’ ପରେ ‘ପେଟ୍ରୋଲ୍ ଚୋରି’ ଅଭିଯୋଗ ଆଣିଲେ ରାହୁଲ।
ପାରାଗୁଏରେ ଏକ ଡିଜିଟାଲ ବ୍ୟାଙ୍କର ପତନ ଦେଶର ରାଜନୀତିକୁ ଦୋହଲାଇ ଦେଇଛି।
ୟୁକ୍ରେନ ଶକ୍ତି କେନ୍ଦ୍ର ଉପରେ ରୁଷ୍ର ଭୀଷଣ ଆକ୍ରମଣ, ୧୭୨ଟି ଡ୍ରୋନ୍, ୩୬ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼।
ଇରାନର କ୍ବେଶମ ଦ୍ବୀପରେ ଆମେରିକାର ଆକ୍ରମଣ।
🏏⚽🚴🏾♂️
ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍ ହେଲା ଗୁରୁତ୍ବହୀନ, ଅଗ୍ରଣୀ ବ୍ୟାଟର୍ଙ୍କୁ ସୁଯୋଗ ମିଳିଲା ନାହିଁ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ ବିଜୟୀ।
*ଗତବର୍ଷ ଏଇ ସମୟରେ*
ଭୁବନେଶ୍ବରରେ ଇଣ୍ଡିଆନ ରୋଡ଼ କଂଗ୍ରେସରେ ଓଡିଶାକୁ ହଜାରେ କୋଟି ମିଳିବ ବୋଲି ଘୋଷଣା ହୋଇଥିଲା।
ପୁରୀ ଶ୍ରୀମନ୍ଦିରରେ ଡାଲଡା ଘିଅ ବ୍ୟବହାର ପାଇଁ ମହାସୁଆର ସେବକ ଦୁଇମାସ ପାଇଁ ନିଲମ୍ବିତ ହୋଇଥିଲେ
ଉତ୍କଳ ବିଲ୍ଡର୍ସର ରେଡ୍ ହୋଇ ନଗଦ ଅଢ଼େଇ କୋଟି ଜବତ ହୋଇଥିଲା
=================
*ଶୁଭ ଦୀପାବଳି*
ଆଜି ବିଶ୍ୱ ରେଡ଼ିଓଗ୍ରାଫି ଦିବସ
ବିଶ୍ୱ ସହରୀକରଣ ଦିବସ
ଆଜି ଜନ୍ମଦିନ: ବ୍ରେଟ ଲି, ଲାଲକୃଷ୍ନ ଆଡଭାନୀ, ଉଷା ଉଥୁପ, ଅରବିନ୍ଦ ତ୍ରିବେଦୀ, ନଳିନୀ ମହାନ୍ତି (ଇଞ୍ଜିନିୟର)
ଇତିହାସରେ ଆଜି: (୧୯୯୯) ସଚିନ ଓ ରାହୁଲଙ୍କ ଦିନିକିଆ କ୍ରିକେଟରେ ୩୩୧ ରନର ବିଶ୍ୱ ରେକର୍ଡ/ (୨୦୦୮) ଭାରତର ଚନ୍ଦ୍ରୟାନ-୧ ଲୁନାର ଅରବିଟ ରେ ପ୍ରବେଶ/ (୨୦୧୬) ବିଜେପି ସରକାର ଦ୍ୱାରା ପାଞ୍ଚଶହ ଓ ହଜାରେ ଟଙ୍କିଆ ନୋଟ ଅଚଳ ଘୋଷଣା/ (୧୮୯୫) ଜର୍ମାନୀ ବୈଜ୍ଞାନିକ ଉଦ୍ଭାବନ କଲେ ଏକ୍ସ ରେ/ (୧୯୭୨) HBO ଲଞ୍ଚ ହେଲା
==================
